ଜଗାକୁ ମିଳୁନି ଓମଫେଡ୍ ଘିଅ ! ଶ୍ରୀମନ୍ଦିରରେ ଖୋଲାଖୋଲି ପ୍ରବେଶ କରୁଛି ଅପମିଶ୍ରିତ ଘିଅ

39

କନକ ବ୍ୟୁରୋ : ପ୍ରଶାସନର କଟକଣା ପରେ ଶ୍ରୀମନ୍ଦିରରେ ଲାଗୁଛି କି ଶୁଦ୍ଧ ଘିଅ ? ଚଳିତମାସ ପହିଲାରୁ ଓମଫେଡ୍ ଘିଅ ବ୍ୟବହାର ନେଇ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଥିଲା । ହେଲେ ଆଜି ଯେତେବେଳେ କନକ ନ୍ୟୁଜ୍ ଟିମ୍ ଏନେଇ ଖବର ସଂଗ୍ରହ ପାଇଁ ପହଂଚିଥିଲା, ସାମ୍ନାକୁ ଆସିଥିଲା ସତ । କେମିତି ଟିଣ ଟିଣ ଅପମିଶ୍ରତି ଘିଅ ଶ୍ରୀମନ୍ଦିରକୁ ଯାଉଛି ଏବଂ ଶ୍ରୀମନ୍ଦିର ପ୍ରଶାସନର କଟକଣା କେମିତି ଖୋଲାଖୋଲି ଉଲଂଘନ ହେଉଛି ତାହା ସାମ୍ନାକୁ ଆସିଛି ।

vlcsnap-2017-09-06-19h31m34s579ଅପମିଶ୍ରଣ ସମସ୍ୟାକୁ ଦୂରେଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଜାରିକଲା କଟକଣା, ଏଥିପାଇଁ ଓମଫେଡ୍ ଷ୍ଟଲ ବି ଖୋଲିଲା । ନିର୍ଦ୍ଦେଶ ଅନୁସାରେ ଚଳିତମାସ ଆରମ୍ଭରୁ ଦୀପଠୁ ଆରମ୍ଭ କରି ମହାପ୍ରସାଦ ଯାଏଁ ସବୁଠି ସୁଦ୍ଧ ଘିଅରେ ଲାଗିବ । ହେଲେ ନିମ୍ନ ମାନର ଘିଅ ବ୍ୟବହାର ହେଉଛି ଓଡ଼ିଆଙ୍କ ଆଦ୍ୟଠାକୁରଙ୍କ ନିକଟରେ । ଗୋଲ୍ଡ ପ୍ଲସ, ଗୋକୁଳ, ଆଦ୍ୟା ଭଳି ବ୍ରାଣ୍ଡର ଘିଅ ଯାଉଛି ଶ୍ରୀମନ୍ଦିରକୁ । ଏମିତିକି କିଛି ଘିଅ ଟିଣରେ ନାଁ ବି ନାହିଁ । ଆଉ ଟିଣ ଖୋଲି ଦେଲା ବେଳକୁ ଅପମିଶ୍ରିତ ଘିଅ । ଯାହା ହାତରେ ଧରିଲେ ପୁରା ଚିକିଟା ।

ଆଉ ଏହି ସବୁ ଅପମିଶ୍ରିତ ଘିଅ, ଦକ୍ଷିଣଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯାଉଛି । ପୁରୀ ସହରର ବିଭିନ୍ନ ଗୋଦାମରୁ ଯାଉଥିବା ଏହି ଘିଅ, ନିମ୍ନମାନର ହୋଇଥିବା ଖୋଦ୍ ଗୋଦାମ୍ର ମାଲିକ ସ୍ୱୀକାର କରୁଛନ୍ତି । ଆଉ ଓମ୍ଫେଡ୍ ଘିଅ ଆସିନଥିବାରୁ ଏଭଳି ରଥ, ଆଦ୍ୟା ଓ ଗୋକୁଳ ବ୍ରାଣ୍ଡର ଘିଅ ମନ୍ଦିରରେ ଲାଗୁଥିବା କହିଛନ୍ତି । ଶ୍ରୀମନ୍ଦିରରେ ଅପମିଶ୍ରିତ ଘିଅ ବ୍ୟବହାର ଉପରେ ହୋଇଥିବା ଘଟକଣାକୁ ଦୀପ ଦୋକାନୀମାନେ ଗ୍ରହଣ କରିଥିବା ବେଳେ ମହାପ୍ରସାଦରେ ବ୍ୟବହାର ହେଉଥିବା ଘିଅ ଉପରେ କୌଣସି କଟକଣା ଏଯାଏଁ ପ୍ରଭାବ ପକାଇ ପାରିନି ।