ଧରାପଡିଲେ ଏସଏସସିର ନକଲି ପରୀକ୍ଷାର୍ଥୀ ! ବାୟୋମେଟ୍ରିକ୍ ଚେକ୍ ବେଳେ ଖସିପଡିଲା ପ୍ଲାଷ୍ଟିକ୍ ଅଙ୍ଗୁଳି

46

ନୂଆ ଦିଲ୍ଲୀ  : ଶନିବାର ଦିନ ରାଜଧାନୀ ଦିଲ୍ଲୀରେ ଆୟୋଜିତ ହୋଇଥିଲା ଏସଏସସିର ପରୀକ୍ଷା । ନକଲି ଅଙ୍ଗୁଳି ଲଗାଇ ଜଣେ ନକଲି ପରୀକ୍ଷାର୍ଥୀ ପହଁଚିଥିଲେ ପରୀକ୍ଷା ସେଂଟରରେ । ସେହି ସମୟରେ ଧରାପଡିଯାଇଥିଲେ ନକଲି ପରୀକ୍ଷାର୍ଥୀ ଜଣକ । ଯେତେବେଳେ ଅନେକ ଯାଂଚ ପରେ ବାୟୋମେଟ୍ରିକ୍ ନିଆଯାଉଥିଲା , ଏହି ସମୟରେ ସମସ୍ତଙ୍କ ସାମ୍ନାରେ ନକଲି ଅଙ୍ଗୁଳି ତଳେ ପଡିଯାଇଥିଲା । ତୁରନ୍ତ ସେହି ନକଲି ପ୍ରାର୍ଥୀକୁ ଧରି ପୁଲିସକୁ ଡକାଯାଇଥିଲା । ଅଲିପୁର୍ ଥାନା ପୁଲିସ୍ ସେହି ନକଲି ପ୍ରାର୍ଥୀକୁ ଗିରଫ କରିଥିଲେ । ତାଙ୍କ ପାଖରୁ ନକଲି ଅଙ୍ଗୁଳି , ଆଡମିଟ୍ କାର୍ଡ ଓ ଅନ୍ୟ କିଛି ଜିନିଷ ମିଳିଥିଲା ।

ପୁଲିସ୍ ସୂଚନା ଅନୁସାରେ , ସେହି ନକଲି ପ୍ରାର୍ଥୀ ଜଣକ ଗାଜିଆବାଦର ମୋଦିନଗର ନିବାସୀ ବିକ୍ରାନ୍ତ ଡାଗର । ଯେଉଁ ସେଣ୍ଟରରେ ପରୀକ୍ଷା ଚାଲିଥିଲା ।, ସେଠାରେ ଜିତେନ୍ଦ୍ର ରାଣାଙ୍କ ଇନଷ୍ଟିଚ୍ୟୁଟ୍ ଥିଲା । ଏଠାରେ ପାଖାପାଖି ୪୦୦ କଂପୁଟର ଲାଗିଥିଲା । ଶନିବାର ଦିନ ଏହି ଇନଷ୍ଟିଚ୍ୟୁଟରେ ସେଟ୍ରାଲ୍ ଆର୍ମଡ ପୁଲିସ୍ ଫୋର୍ସର ଏସଆଇ ପୋଷ୍ଟର ପରୀକ୍ଷା ଥିଲା । ୨.୨୫ ରେ ପରୀକ୍ଷା ଆରମ୍ଭ ହେବାର ଥିଲା । ୧.୧୫ରେ ପ୍ରାଥୀଙ୍କ ଏଣ୍ଟ୍ରି ଆରମ୍ଭ ହୋଇଥିଲା । ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ଚେକ୍ କରାଯାଉଥିଲା ।

ଏହାପରେ ଗ୍ରାଉଣ୍ଡ ଫ୍ଲୋର୍ ରେ ଚେକିଙ୍ଗ୍ ହେଲା । ତୃତୀୟ ଥର ଚେକ୍ ରେ ଫାଷ୍ଟ ଫ୍ଲୋର୍ ରେ ପ୍ରାର୍ଥୀଙ୍କର ବାୟୋମେଟ୍ରିକ୍ ଚେକ୍ କରାଗଲା । ବାୟୋମେଟ୍ରିକ୍ ଯାଂଚ ସମୟରେ ନକଲି ପ୍ରାର୍ଥୀ ବିକ୍ରାନ୍ତ ଡାଗରଙ୍କ ହାତରୁ ନକଲି ପ୍ଲାଷ୍ଟିକ୍ ଅଙ୍ଗୁଳି ତଳେ ପଡିଯାଇଥିଲା । ଆଡମିଟ୍ କାର୍ଡ ସୋନିପତ ନିବାସୀ ସଚିନଙ୍କ ନାଁରେ ଥିଲା । ଯାହାକୁ ସେ ନିଜର କହୁଥିଲା । ଯେତେବେଳେ ଯାଂଚ କରାଗଲା ତ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ମିଳିଥିଲା । ଯେଉଁଥିରେ ନାମ ଓ ଠିକଣା କିଛି ଅଲଗା ଥିଲା । ପରେ ପଚରା ଯିବାରୁ ସେ ନକଲି ପରୀକ୍ଷାର୍ଥୀ ନିଜର ଅସଲ କଥା କହିଥିଲା । ଏହାପରେ ଏସଏସସି ଅଫିସଙ୍କୁ କଲ୍ କରି ଏହି ନକଲି ପ୍ରାର୍ଥୀଙ୍କୁ ପୁଲିସକୁ ଦେଇଥିଲେ ।
( ସୈାଜନ୍ୟ – ନବଭାରତ ଟାଇମ୍ସ )

ଏହାସହ ମଧ୍ୟ ପଢନ୍ତୁ – ୧୫ ବର୍ଷର ଅଭୟ : କମ୍ ବୟସର ଛାତ୍ର ଭାବେ ଆଇଆଇଟିରେ ଲେଖାଇଲେ ନାଁ