ବିବାହ ମଣ୍ଡପରେ ଅଧିକ ଯୌତୁକ ମାଗୁଥିଲେ ବରପକ୍ଷ । ପୋଲିସ୍ ଡାକିବା ସହ ଧକ୍କା ଦେଇ ଘରୁ ବାହାର କଲା କନ୍ୟା,ଶିଶୁପାଳ ହୋଇ ଘରକୁ ଫେରିଲା ବର ।

579

ସରକାର ଯେତେ ଚେଷ୍ଟା କଲେ ମଧ୍ୟ ଟଙ୍କାଲୋଭୀଙ୍କୁ କେବେ ବି ଅଟକାଇ ପାରିବେ ନାହିଁ । ବିବାହରେ ଯୌତୁକପ୍ରଥା କିଛିକାଂଶରେ କମିଥିଲେ ମଧ୍ୟ ଏବେ ବି କିଛି ଲୋକଙ୍କ ବିକୃତ ମାନସିକତା ଏହି ପ୍ରଥା ସେତେଟା ଆଖିଦୃଶିଆ ଥମିନି । ଏହାର ଏକ ଉଦାହରଣ ଲଖନଉଁର ଠାକୁରଗଞ୍ଜ ଥାନା କ୍ଷେତ୍ରରେ ଦେଖିବାକୁ ମିଳିଛି । ଏଠାରେ ଯୌତୁକ ଲୋଭୀ ପରିବାର ବିବାହ ସମୟରେ ହିଁ ବେଦୀ ଉପରେ କନ୍ୟାପକ୍ଷକୁ ଯୌତୁକ ମାଗିବା ଆରମ୍ଭ କରିଦେଲେ ।

 

ବର ବେଦୀ ଉପରକୁ ଯିବା ସମୟରେ ବର ପରିବାର କନ୍ୟାପିତାଙ୍କୁ ଯୌତୁକ ଦାବି କଲେ କିନ୍ତୁ ହତୋତ୍ସାହ ନ ହୋଇ କନ୍ୟାପକ୍ଷ ମଧ୍ୟ ବରକୁ ଉଚିତ୍ ଶିକ୍ଷା ଦେବା ପାଇଁ ପୋଲିସ୍ ର ସାହାରା ନେଲେ । ସୂଚନା ମୁତାବକ,ଆର.ଏନ୍ ମେହତା ନାମକ ଜଣେ ବ୍ୟକ୍ତିଙ୍କ ଝିଅଙ୍କ ବିବାହ ସମାରୋହ ଚାଲିଥିବା ବେଳେ ବରପକ୍ଷ ଯୌତୁକ ମାଗିଥିଲେ । ତେବେ ନିର୍ଦ୍ଧାରିତ ଯୌତୁକ ଅପେକ୍ଷା ଅଧିକ ମାଗିବା ବରପକ୍ଷ ପାଇଁ ମହଙ୍ଗା ପଡିଲା । କନ୍ୟାପକ୍ଷ ଏଥିପାଇଁ ବରପକ୍ଷଙ୍କୁ ନେହୁରା ହେଲେ ମଧ୍ୟ କିଛି ଫଳପ୍ରଦ ହେଲାନାହିଁ । କନ୍ୟାପକ୍ଷ ସାହସ ଦେଖାଇ ପୋଲିସର ସାହାରା ନେଇ ବରପକ୍ଷଙ୍କୁ ଉଚିତ୍ ଶିକ୍ଷା ଦେଲେ । ପୋଲିସ୍ ଆସିବା ପରେ ବର ବିବାହ ପାଇଁ ରାଜି ହୋଇଥିବା ବେଳେ କନ୍ୟା କିନ୍ତୁ ବିବାହ ପାଇଁ ମନା କରି ବରଯାତ୍ରୀଙ୍କୁ ପାଟି କରି ସେଠାରୁ ଧକ୍କା ଦେଇ ବାହାର କରିଥିଲେ ।