ମାତ୍ରାଧିକ କାମ ଚୀନ ପୋଲିସର ଚିନ୍ତା ବଢାଉଛି, ପ୍ରତି ୩ ଜଣ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ୨ ଜଣ କାର୍ଯ୍ୟରେ ଥିବା ବେଳେ ମୃତ୍ୟୁବରଣ କରୁଛନ୍ତି ।

38

ଚୀନ ପୋଲିସ ପାଇଁ ଚିନ୍ତାର ବିଷୟ । ଚୀନରେ କାମ କରୁଥିବା ପ୍ରତି ୩ ଜଣ ପୁଲିସ କର୍ମଚାରୀଙ୍କ ମଧ୍ୟରୁ ଦୁଇ ଜଣ କାର୍ଯ୍ୟରେ ଥିବା ବେଳେ ମୃତ୍ୟୁ ବରଣ କରୁଛନ୍ତି। ସେମାନଙ୍କ ମୃତ୍ୟୁ ଅପରାଧୀମାନଙ୍କ ସହ ଲଢ଼ିବା ଯୋଗୁଁ ହେଉ ନାହିଁ, ହେଉଛି ମାତ୍ରାଧିକ କାର୍ୟ୍ୟ ଚାପ ଯୋଗୁଁ। ଏ କଥା କହିଛି ଚୀନର ସର୍ବସାଧାରଣ ନିରାପତ୍ତା ମନ୍ତ୍ରାଳୟ।
ସବୁଠୁ ଚିନ୍ତା ଜନକ କଥା ହେଲା ଗତବର୍ଷ କାଯ୍ୟରେ ଥାଇ ମରିଥିବା ପୁଲିସବାଲାଙ୍କର ବୟସ ହେଉଛି ହାରାହାରି ୪୩ ବର୍ଷ ୬ ମାସ। ତାହା ଚୀନବାସୀଙ୍କ ଆୟୁଷର ଅଧା ବୋଲି ମନ୍ତ୍ରାଳୟ କହିଛି।୨୦୧୭ରେ କାର୍ଯ୍ୟରେ ଥାଇ ୩୬୧ ଚୀନ୍ ପବ୍ଲିକ୍ ସିକ୍ୟୁରିଟି ପର୍ସୋନେଲ୍ ମୃତ୍ୟୁ ବରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୪୬ ଜଣ ମାତ୍ରାଧିକ କାମ ଯୋଗୁଁ ମରିଥିବା ପ୍ରକାଶ।

ମନ୍ତ୍ରାଳୟ ସ୍ୱୀକାର କରିଛି ଯେ ମାତ୍ରାଧିକ କାର୍ୟ୍ୟ ଚିନ୍ତାର କାରଣ ପାଲଟିଛି। ଏହାର କାରଣ ହେଉଛି ଫ୍ରଣ୍ଟଲାଇନ୍ ପୁଲିସବାଲାମାନେ ଦୈନିକ ୧୩ ରୁ ୧୫ ଘଣ୍ଟା କାର୍ୟ୍ୟ କରୁଛନ୍ତି। ଏହା ମନ୍ତ୍ରାଳୟ କରିଥିବା ଏକ ଗବେଷଣାରୁ ଜଣାପଡ଼ିଛି। ତେଣୁ ଜନକଲ୍ୟାଣ ମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣକରି ଚୀନ୍ ମନ୍ତ୍ରାଳୟ କହିଛି ଯେ ପୁଲିସବାଲାମାନଙ୍କର ପାରିବାରିକ ପେନସନ୍ ବଢ଼ାଇ ଦିଆ ଯିବା ସହ ସେମାନଙ୍କ ବୀମା ପ୍ୟାକେଜ୍ରେ ଉନ୍ନତି ଅଣାଯାଇଛି। ପୁଲିସବାଲାମାନଙ୍କର କାର୍ୟ୍ୟ ଭାର କମାଇବା ପାଇଁ ଅଧିକ ବୈଜ୍ଞାନିକ ଏବଂ ପ୍ରଯୁକ୍ତିବିଦ୍ୟାଗତ ଯନ୍ତ୍ରପାତି ବ୍ୟବହାର ଉପରେ ମଧ୍ୟ ଆଲୋକପାତ କରାଯାଇଛି।