ହାଇକୋର୍ଟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପାଣ୍ଠି ଅନିୟମିତତା ମାମଲା ! ସେପ୍ଟେମ୍ବର ୬ ତାରିଖକୁ ଘୁଂଚିଲା ସୁବାସ ମହାପାତ୍ରଙ୍କ ମାମଲାର ଶୁଣାଣି

66

କନକ ବ୍ୟୁରୋ: ହାଇକୋର୍ଟରେ ଘୁଂଚିଲା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପାଣ୍ଠି ଅନିୟମିତତା ମାମଲାର ଶୁଣାଣି । ସୁବାସ ମହାପାତ୍ରଙ୍କ ମାମଲାର ଶୁଣାଣି ସେପ୍ଟେମ୍ବର ୬ ତାରିଖକୁ ଘୁଂଚିଛି । ସେହିଭଳି ଦେବାନନ୍ଦ ମହାପାତ୍ରଙ୍କ ମାମଲାର ଶୁଣାଣି ଅଗଷ୍ଟ ୧୦ତାରିଖକୁ ଘୁଂଚିଛି । ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ନିର୍ବାଚନ ପାଣ୍ଠିରେ ଅନିୟମିତତା ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ହେବାର ଥିଲା । ଏହି ମାମଲାରେ ଦ୍ୱିତୀୟ ପକ୍ଷ ଥିବା ରାଜ୍ୟ ନିର୍ବାଚନ କମିଶନ ଏବଂ ତୃତୀୟ ପକ୍ଷ ଗଂଜାମ ଜିଲ୍ଲାପାଳଙ୍କୁ ବାଦ୍ ଦେବା ପାଇଁ ହାଇକୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲେ ମୂଳ ଆବେଦନକାରୀ ସୁବାଷ ମହାପାତ୍ର ।

ପୂର୍ବରୁ ବିଜେଡି ସୁବାଷ ମହାପାତ୍ରଙ୍କ ଏହି ଆବେଦନକୁ ନେଇ ଆପତ୍ତି ଉଠାଇଥିଲା । ଗଂଜାମ ଜିଲ୍ଲାପାଳ ଦେଇଥିବା ତାଙ୍କ ଆବେଦନରେ ଉଲ୍ଲେଖ କରିଥିଲେ ସୁବାଷ ମହାପାତ୍ର ହିଞ୍ଜିଳି ନିର୍ବାଚନ ମଣ୍ଡଳିର ହୋଇନଥିବା ବେଳେ ବିଧାୟକଙ୍କ ବିରୋଧରେ ନିର୍ବାଚନ ବି ଲଢ଼ୁନଥିଲେ ।

କିନ୍ତୁ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଓକିଲ ଆର.ଏନ୍ ହୁଡ୍ଡା କହିଛନ୍ତି- ଆବେଦନକାରୀଙ୍କ ପାଖରେ ଯଦି ଉପଯୁକ୍ତ ପ୍ରମାଣଥିବ ତେବେ ଭାରତର ଯେକୌଣସି ନାଗରିକ ଆବେଦନ କରିପାରିବ । ମାମଲାରେ ଭାରତୀୟ ନିର୍ବାଚନ କମିଶନ ପକ୍ଷଭୁକ୍ତ ହୋଇଛନ୍ତି । କମିଶନଙ୍କ ପକ୍ଷରୁ ଆସିଷ୍ଟାଂଟ ସଲିସିଟର ଜେନେରାଲ ପକ୍ଷ ରଖିଛନ୍ତି ।