ଦୁବାଇରୁ ଆସିଲା ଦାଦନଙ୍କ ୨ୟ ଭିଡ଼ିଓ : ଫସିଥିବା ଓଡିଆଙ୍କ ଆକୁଳ ନିବେଦନ,ଫେରାଇ ନିଅନ୍ତୁ ରାଜ୍ୟ ସରକାର

46

4କନକ ବ୍ୟୁରୋ : ଆକୁଳ ନିବେଦନ । ଆମକୁ ଫେରାଇ ନିଅ । ହାତରେ ଖଣ୍ଡିଏ ଶୁଖିଲା ରୁଟି ଧରି ସ୍ୱପ୍ନର ସହରରେ ବନ୍ଦୀ ଜୀବନ ବିତାଉଥିବା ଓଡିଆ ବଖାଣୁଛନ୍ତି ଦୁର୍ଦ୍ଦଶାର କାହାଣୀ । ବାହାରକୁ ବାହାରିବାକୁ ଜୁ’ ନାହିଁ। ପାଖରେ ଟଙ୍କା ସରିଯାଇଛି । ପାସପୋର୍ଟ ବନ୍ଧା ପଡିଛି । କଂପାନୀ କର୍ତୃପକ୍ଷ ନାଲିଆଖି ଦେଖାଉଛନ୍ତି । ଦୁଃଖ ଶୁଣିବାକୁ କେହି ନାହାଁନ୍ତି । ଲୋକଙ୍କ ଠାରୁ ମାଗି ଯାଚି ଖାଉଛନ୍ତି ।

5ନିଜ ପେଟକୁ ଦାନା ଓ ଘର ପାଇଁ ଟଙ୍କା ରୋଜଗାର କରିବାକୁ ବିଦେଶକୁ ଯାଇ ଫସିଯାଇଛନ୍ତି ଗଂଜାମର ୪ ଓଡିଆ। କନକ ନ୍ୟୁଜକୁ ଭିଡିଓ ପଠାଇ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଏହି ଦାଦନ ଶ୍ରମିକ ମାନେ । ବିଦେଶରେ ଭେଣ୍ଡିଆ ପୁଅର ଦୁଃଖ ଦେଖି ଗାଁରେ ଭାଳେଣୀ ପଡିଛି । କୁନି କୁନି ଛୁଆଙ୍କୁ ଧରି ଅତି ଅସହାୟ ହୋଇପଡିଛି ମା । ବର୍ଷକ ତଳେ କାମ କରିବା ପାଇଁ ଭିଟାମାଟି ଛାଡିଥିଲେ ଗାଁ ପୁଅ । ହେଲେ ହତାଶ ହୋଇ ଛୋଟ ରୁମରେ ଏବେ ଛଟପଟ ହେଉଛନ୍ତି ।

ଗତବର୍ଷ ଜୁନ ମାସରେ ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର ୪ ଯୁବକ ଦାଦନ ଖଟିବାକୁ ଯାଇଥିଲେ ଦୁବାଇ । ଅମିର୍ ପ୍ରଧାନ, ଅଶୋକ ବିଶ୍ୱାଳ, ବାବୁଲା ପାତ୍ର, ସନ୍ତୋଷ ସ୍ୱାଇଁ ଓ କ୍ଷୀରମୋହନ ବେହେରା । କାମଧନ୍ଦା ଅଭାବରୁ ଘରଦ୍ୱାର ଛାଡି ଏମାନେ ଦାଦନ ଖଟିବାକୁ ଯାଇଥିଲେ ଦୁବାଇ । ହେଲେ ଜିଲ୍ଲା ପ୍ରଶାସନ କହିଛି, ଏନେଇ ସେମାନଙ୍କ ନିକଟରେ କିଛି ଖବର ନଥିଲା।

ଯେଣତେଣ ପ୍ରକାରେ ବିଦେଶ ମାଟିରେ ବର୍ଷେ ବିତିଲା । ହେଲେ ଏବେ ଜୁଲମ ଅସହ୍ୟ। ଆଉ ଏହାରି ଭିତରେ ରାଜ୍ୟ ସରକାରଙ୍କୁ ଘରକୁ ଫେରାଇ ନେବାକୁ ଆକୁଳ ନିବେଦନ।