ପାକିସ୍ତାନୀଙ୍କୁ ନୁହେଁ, ଭାରତୀୟଙ୍କୁ ଦିଅ ଚାକିରୀ ! ଜାଣନ୍ତୁ କାହିଁକି ଏଭଳି କହିଲେ ଦୁବାଇ ପୋଲିସ ଅଧିକାରୀ ।

47

ପାକିସ୍ତାନ ଏବଂ ପାକିସ୍ତାନର ନାଗରିକ ମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ କଷ୍ଟମୟ ପ୍ରମାଣିତ ହେଉଛି । ଅନ୍ତରାଷ୍ଟ୍ରୀୟ ସ୍ଥରରେ ଏକ ରାଷ୍ଟ୍ର ହିସାବରେ ପାକିସ୍ତାନର ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇଛି ।
ପାକିସ୍ତାନ ପାଇଁ ଛିଡା ହେଉଥିବା ଦେଶ ସବୁବେଳେ ପାକିସ୍ତାନ ସପକ୍ଷରେ ରହୁଥିବା କୁହାଯାଇଥାଏ । କିନ୍ତୁ ଏବେ ପାକିସ୍ତାନ ପାଇଁ ରାସ୍ତା ବନ୍ଦ ହେଉଥିବାର ଦେଖିବାକୁ ମିଳୁଛି । ଦୁବାଇର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଟ୍ୱିଟ କରି ଭାରତୀୟ ମାନଙ୍କର ପ୍ରଶଂସା କରିଛନ୍ତି ଅପରପକ୍ଷେ ପାକିସ୍ତାନୀ ମାନଙ୍କୁ ତାତ୍ସଲ୍ୟ କରିଛନ୍ତି ।

ଏହି ପୋଲିସ ଅଧିକାରୀ ଜଣଙ୍କ ପାକିସ୍ତାନୀ ସମୁଦାୟଙ୍କୁ ଅଶାନ୍ତି, ଅପରାଧ ଏପରିକି ସ୍ମଗଲିଙ୍ଗ କରୁଥିବାର କହିଛନ୍ତି । ଅପରପକ୍ଷେ ଭାରତୀୟଙ୍କୁ ବହୁତ ଅନୁଶାସିତର ଆଖ୍ୟା ଦେଇଛନ୍ତି । ଲେଫ୍ଟନେଣ୍ଟ ଜେନେରାଲ ଏବଂ ଦୁବାଇର ସୁରକ୍ଷା ପ୍ରମୁଖ ଧାହି ଖଲଫାନ ଏହି ଟ୍ୱିଟ୍ ଡ୍ରଗ୍ସ ସ୍ମଗଲିଙ୍ଗ ମାମଲାରେ ପାକିସ୍ତାନର ଏକ ଗ୍ୟାଙ୍ଗ ଧରାପଡିବା ପରେ କରିଛନ୍ତି ।

ସେପଟେ ପାକିସ୍ତାନ ଗଣମାଧ୍ୟମର କହିବା କଥା ଖଲଫାନ ନିଜ ବିବାଦୀୟ ଟ୍ୱିଟ ପାଇଁ ପରିଚିତ । ଆଉ ଏହା ହିଁ କାରଣ ହେଉଛି, ତାଙ୍କ ପାଖରେ ୨.୬୬ ମିଲିୟନରୁ ଅଧିକ ଫଲୋଅର୍ସ ହୋଇଗଲେଣି ।
ଖଲିଫାନ ଗିରଫ ହୋଇଥିବା ପାକିସ୍ତାନ ନାଗରିକ ମାନଙ୍କର ଫଟୋ ମଧ୍ୟ ପୋଷ୍ଟ କରି ସେଥିରେ କମେଣ୍ଟ କରିଥିଲେ । ତାଙ୍କର ସ୍ଥାନୀୟ ଭାଷାରେ ଲେଖା ହୋଇଥିବା ଏହି କମେଣ୍ଟକୁ ଏକ ୱେବସାଇଟ ଅନୁବାଦ କରିଥିଲା । ଅନୁବାଦ ଅନୁସାରେ ସେ ଟ୍ୱିଟ କରିଥିଲେ ଯେ, ପାକିସ୍ତାନୀ ସମାଜ ଧିରେ ଧିରେ ବିପଦ ସାବ୍ୟସ୍ତ ହେଉଛନ୍ତି, କାରଣ ସେମାନେ ତାଙ୍କ ସହ ଆମ ଦେଶକୁ ମଧ୍ୟ ଡ୍ରଗ୍ସ ଆଣୁଛନ୍ତି । ଆମକୁ ସେମାନଙ୍କୁ ଆମ ପ୍ରଦେଶରେ ପ୍ରବେଶ କରିବାକୁ ଦେବା ଉଚିତ ନୁହେଁ ।

ତାଙ୍କ ଟ୍ୱିଟ୍ ର ସବୁଠାରୁ ବଡ କଥା ହେଉଛି, ସେ ପାକିସ୍ତାନୀ ନାଗରିକ ମାନଙ୍କର ସମାଲୋଚନା କଲେ ଅପରପକ୍ଷେ ଭାରତୀୟ ନାଗରିକ ମାନଙ୍କୁ ଅନୁଶାସିତର ଆଖ୍ୟା ଦେଲେ । ସେ ଟ୍ୱିଟ କରିଛନ୍ତି ଯେ, ଭାରତୀୟ ମାନେ ଅତ୍ୟନ୍ତ ଅନୁଶାସିତ ଅଟନ୍ତି ଯେଉଁଠି କି ପାକିସ୍ତାନୀ ସମୁଦାୟ ଅଶାନ୍ତି, ଅପରାଧ ଏପରିକି ସ୍ମଗଲିଙ୍ଗ ବଢାଉଛନ୍ତି । ଏହି ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି ଯେ, ଦୁବାଇରେ କୌଣସି ପାକିସ୍ତାନୀ ନାଗରିକ ମାନଙ୍କୁ ଚାକିରୀ ଦେବା ଉଚିତ ନୁହେଁ ।

ଦୁବାଇର ଏହି ବଡ ଅଧିକାରୀ ଜଣଙ୍କ ନିଜ ଟ୍ୱିଟ ରେ କହିଛନ୍ତି ଯେ, ସେ ନାଗରିକ ମାନଙ୍କୁ ଆହ୍ୱାନ କରୁଛନ୍ତି ଯେ, ସେମାନେ ପାକିସ୍ତାନୀ ନାଗରିକ ମାନଙ୍କୁ ଚାକିରୀ ଦିଅନ୍ତୁ ନାହିୁଁ । ପାକିସ୍ତାନୀ ମାନଙ୍କୁ ଚାକିରୀ ନଦେବା ଏବେ ଆମର ରାଷ୍ଟ୍ରୀୟ କର୍ତ୍ତବ୍ୟ ହୋଇଯାଇଛି । ସେ ଏହା ବି କହିଛନ୍ତି ଯେ, ପାକିସ୍ତାନୀ ନାଗରିକ ଧିରେ ଧିରେ ବିପଦପୂର୍ଣ୍ଣ ହେଉଛନ୍ତି ।

ପାକିସ୍ତାନୀ ନାଗରିକ ମାନଙ୍କୁ ଚାକିରୀ ଦେବା ପରିବର୍ତ୍ତେ ଭାରତୀୟ ଏବଂ ବାଂଲାଦେଶୀ ନାଗରିକ ମାନଙ୍କୁ ଚାକିରୀ ଦେବାରେ ଗୁରୁତ୍ୱ ଦିଆଯାଉଛି ।