ଦୁବାଇ ବିମାନରେ ମିଳିବନି ହିନ୍ଦୁ ଭୋଜନ : ଜାଣନ୍ତୁ କାହିଁକି

39

ଦୁବାଇର ବଡ ଏୟାରଲାଇନ୍ସ କମ୍ପାନୀ ଏମିରେଟ୍ସ ତା’ର ବିମାନର ଇକୋନୋମି କ୍ଲାସରୁ ‘ହିନ୍ଦୁ ଭୋଜନ’ କୁ ହଟାଇବାକୁ ନିଷ୍ପତ୍ତି ନେଇଛି । ଯାତ୍ରୀଙ୍କ ଠାରୁ ମିଳୁଥିବା ଲଗାତାର ପରାମର୍ଶ ପରେ ହିନ୍ଦୁ ମିଲ୍ ର ବିକଳ୍ପକୁ ବନ୍ଦ କରିବାର ନିଷ୍ପତ୍ତି ନେଇଛି । ଏହା ପ୍ରଥମ ଶ୍ରେଣୀ ଓ ବିଜନେସ୍ କ୍ଲାସର ଯାତ୍ରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ରହିବ ।

ସୂଚନାଯୋଗ୍ୟ, କିଛି ଅର୍ନ୍ତରାଷ୍ଟ୍ରୀୟ ବିମାନରେ ଯାତ୍ରୀଙ୍କ ଧାର୍ମିକ ଆସ୍ଥା ଅନୁସାରେ ଖାଦ୍ୟ ବୁକ୍ କରାଇବାର ସୁବିଧା ଦିଆଯାଏ । ଯାତ୍ରୀ ବିମାନ ଟିକେଟ୍ ବୁକ୍ କରିବା ପୂର୍ବରୁ ନିଜ ପସନ୍ଦର ଭୋଜନ ବୁକ୍ କରିପାରିବେ ।

 

ଏୟାରଲାଇନ୍ସ ନିଜର ୱେବସାଇଟରେ ସୂଚନା ଦେଲା କି ଏମିରେଟ୍ସ ଇକୋନୋମି କ୍ଲାସରେ ହିନ୍ଦୁ ମିଲ୍ ର ବିକଳ୍ପକୁ ଶେଷ କରୁଛି । ସେମାନେ ଲଗାତାର ବିମାନରେ ଦିଆଯାଉଥିବା ସୁବିଧା ଗୁଡିକୁ ନେଇ ପରାମର୍ଶ ଓ ପ୍ରତିକ୍ରିୟା ନେଇଥାନ୍ତି । ଏହି ଆଧାରରେ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଫାଷ୍ଟ କ୍ଲାସ ଓ ବିଜନେସ୍ କ୍ଲାସ ଯାତ୍ରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ରହିବ ।

ଏୟାରଲାଇନ୍ସ ହିନ୍ଦୁ ଯାତ୍ରୀଙ୍କ ପାଇଁ ଦୁଇ ପ୍ରକାରର ଭୋଜନର ବିକଳ୍ପ ଦିଏ । ପ୍ରଥମ ଏସିଆନ ଭେଜ୍ ମିଲ୍, ଯାହା ସଂପୂର୍ଣ୍ଣ ରୂପେ ଶାକାହାରୀ ହୋଇଥାଏ । ହିନ୍ଦୁ ମିଲ୍ ମୁଖ୍ୟତଃ ହିନ୍ଦୁ ସମୁଦାୟ ଯାତ୍ରୀଙ୍କ ପାଇଁ ହୋଇଥାଏ, ଯେଉଁମାନେ ଶାକାହାରୀ ହୋଇ ନଥାନ୍ତି ଏବଂ ମାଛ, ମାଂସ, ଅଣ୍ଡା ଓ ଡାଏରୀ ପ୍ରଡକ୍ଟ ଖାଇଥାନ୍ତି । ଏହି ଭୋଜନରେ ବିଫ୍ ନଥାଏ ।

ଅଧିକାଂଶ ଏୟାରଲାଇନ୍ସ ନିଜର ବିମାନରେ ଶାକାହାରୀ ଓ ମାଂସାହାରୀ ଭୋଜନର ବିକଳ୍ପ ଦେଇଥାଏ । ଏୟାରଇଣ୍ଡିଆ ଓ ସିଙ୍ଗାପୁର ଏୟାରଲାଇନ୍ସରେ ବି ଧାର୍ମିକ ଭୋଜନର ବିକଳ୍ପ ଥାଏ ।