ଡିଟିଏଚରେ ଚ୍ୟାନେଲ ବାଛିବାର ଆଜି ଶେଷ ଦିନ ! ଏମିତି ବାଛନ୍ତୁ ନିଜ ପସନ୍ଦର ଚ୍ୟାନେଲ

ଆସନ୍ତାକାଲିଠାରୁ ଟ୍ରାଇର ନୂଆ ନିୟମ ସାରା ଦେଶରେ ଲାଗୁ ହେବ

281

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ଟ୍ରାଇର ନୂଆ ନିୟମ ସାରା ଦେଶରେ ଲାଗୁ ହେବ । ଏହା ପୂର୍ବରୁ ମଧ୍ୟ ଟ୍ରାଇ ତାରିଖ ବଦଳାଇଥିଲା । କିନ୍ତୁ ବର୍ତମାନ ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲିଠାରୁ ହିଁ ଟ୍ରାଇର ନୂଆ ନିୟମ ଲାଗୁ ହେବା ପାଇଂ ଯାଉଛି । ମିଳିଥିବା ସୂଚନା ଅନୁସାରେ ଟ୍ରାଇ ଯେଉଁ ନୂଆ ନିୟମ କରିଛି ସେହି ଅନୁସାରେ କେବୁଲ ଅପରେଟର ଓ ବ୍ରୋର୍ଡକାଷ୍ଟରମାନେ ନିଜ ନିଜ ପ୍ଲାନ ମଧ୍ୟ ଆରମ୍ଭ କଲେଣି । କମ୍ପାନୀ ଗୁଡିକ ପକ୍ଷରୁ ନିଜ ୱେବସାଇଟରେ ଉପଭୋକ୍ତାଙ୍କୁ ମନପସନ୍ଦର ଚ୍ୟାନେଲ ବାଛିବା ପାଇଁ କୁହାଯାଇଛି ।

ଟ୍ରାଇ ପକ୍ଷରୁ କୁହାଯାଇଛି ଯେ, ଏହି ନିୟମ ଫଳରେ ଲୋକମାନଙ୍କୁ ଅଧିକ ଲାଭ ମିଳିବ । କାରଣ ବର୍ତମାନ ସମୟରେ ଉପଭୋକ୍ତାମାନେ ନିଜ ପସନ୍ଦ ଅନୁସାରେ ଚ୍ୟାନେଲ ଦେଖିବେ ଓସେହି ଅନୁସାରେ ହିଁ ପଇସା ଦେବେ । ତେବେ ପ୍ରତ୍ୟେକ ଲୋକଙ୍କୁ ବେଶ ଚାର୍ଜ ଦେବା ପାଇଁ ପଡିବ । ୧୩୦ ଟଙ୍କା ବେଶ ଚାର୍ଜରେ ଟ୍ୟାକ୍ସ ରହିଛି ।

ଏତିକି ଟଙ୍କାରେ ଆପଣ କେବଳ ଫ୍ରି ଚ୍ୟାନେଲ ଦେଖିପାରିବେ । ଯଦି ଆପଣଙ୍କୁ ପେଡ ଚ୍ୟାନେଲ ଦେଖିବା ଲାଗି ଚାହୁଁଛନ୍ତି ତେବେ ତାହା ପାଇଁ ଅଧିକ ଅର୍ଥ ଦେବାକୁ ପଡିବ । ଯଦି ଆପଣ ବର୍ତମାନ ପର୍ଯ୍ୟନ୍ତ ଚ୍ୟାନେଲ ପସନ୍ଦ କରିନାହାନ୍ତି ତେବେ ଏବେ ହିଁ ପସନ୍ଦ କରନ୍ତୁ । ପ୍ରଥମେ ନିଜର ଡିଟିଏଚ ପ୍ରୋଭାଇଡ ପାଖକୁ ଯାଇ ଚ୍ୟାନେଲ ପସନ୍ଦ କରନ୍ତୁ । ଆସନ୍ତାକାଲିଠାରୁ ଟ୍ରାଇର ନୂଆ ନିୟମ ଲାଗୁ ହେବାକୁ ଯାଉଛି ତେଣୁ ଯଥାଶୀଘ୍ର ପସନ୍ଦ କରି ନୂଆ ନିୟମକୁ ଲାଗୁ କରାନ୍ତୁ ।