ଶ୍ରୀନଗରରେ ବର୍ବର କାଣ୍ଡ ! ଡିଏସପି ମହମ୍ମଦ ଆୟୁବ ପଣ୍ଡିତଙ୍କୁ ପିଟିପିଟି ହତ୍ୟାକଲେ ଦୁର୍ବୃତ

30

କନକ ବ୍ୟୁରୋ: ଡିଏସପିଙ୍କୁ ପିଟିପିଟି ହତ୍ୟା । ଜମ୍ମୁକଶ୍ମୀର ଜାମିଆ ମସଜିଦ ବାହାରେ ନିୟୋଜିତ ଥିବା ଡିଏସପି ମହମ୍ମଦ ଆୟୁବ ପଣ୍ଡିତଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ସୁରକ୍ଷାକୁ ଆଖିଆଗରେ ରଖି ରାଜ୍ୟର ସମସ୍ତ ମସଜିଦ ସମ୍ମୁଖରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଥିବା ବେଳେ ଜାମିଆ ମସଜିଦ ବାହାରେ ଡ୍ୟୁଟିରେ ଥିଲେ ପଣ୍ଡିତ ।

ତେବେ ହଠାତ ତାଙ୍କୁ ଉପରକୁ କିଛି ବ୍ୟକ୍ତି ଆକ୍ରମଣ କରିବା ସହ ପିଟିପିଟି ହତ୍ୟା କରି ଫେରାର ହୋଇଥିବା ଜଣାପଡିଛି । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣଙ୍କୁ ଅଟକ ରଖାଯାଇଛି । ମସଜିଦର ଫଟୋ ଉଠାଉଥିବା ସମୟରେ ଡିଏସପିଙ୍କ ଉପରକୁ ଆକ୍ରମଣ ହୋଇଥିବା ଜଣାପଡିଛି । ତେବେ ଆତ୍ମରକ୍ଷା ପାଇଁ ଡିଏସପିଙ୍କ ଗୁଳିଚାଳନାରେ ୩ଜଣ ଆହତ ମଧ୍ୟ ହୋଇଛନ୍ତି ।