ବାଲ୍ୟବିବାହରୁ ଛାଡପତ୍ର ଯାଏଁ ଅନୀତାଙ୍କ ସଂଘର୍ଷର କାହାଣୀ : ୨୫ ବର୍ଷରେ ଡିଏସପି ଚାକିରୀ ।

52

ସବୁ ଶୃଙ୍ଖଳିତ ଛାତ୍ରଛାତ୍ରୀଙ୍କ ଲକ୍ଷ୍ୟ ଥାଏ ସମାଜ ପାଇଁ କିଛି କରିବା ସହ ଭଲ ଚାକିରୀକରିବା । ଯେତେ ଝଡଝଂଜା ଆସିଲେ ବି ନଡରି, କଠିନ ପରିଶ୍ରମ କରି ସେମାନେ ଆଗକୁ ମାଡିଚାଲନ୍ତି । ସେହିଭଳି ଜଣେ ମେଧାବୀ ଛାତ୍ରୀ ହେଉଛନ୍ତି ଅନୀତା ପ୍ରଭା ଶର୍ମା । ସ୍କୁଲ ଜୀବନରେ ସଫଳତା ପାଇଥିବା ଅନୀତା ଦଶମ ଶ୍ରେଣୀ ପରୀକ୍ଷାରେ ୯୨ ପ୍ରତିଶତ ନମ୍ବର ରଖିଥିଲେ । କିନ୍ତୁ ୧୭ ବର୍ଷ ତାଙ୍କ ଜୀବନରେ ନାଟକୀୟ ମୋଡ ଆସିଥିଲା । ବାଲ୍ୟ ବିବାହ କରିବାକୁ ପଡିଥିଲା ତାଙ୍କୁ । ଦଶବର୍ଷ ବଡ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ ଅନୀତା । ସମସ୍ତ ପ୍ରତିକୂଳ ପରିସ୍ଥିତିରେ ବି ସେ ୨୫ ବର୍ଷ ବୟସରେ ଜଣେ ଡିଏସପି ହୋଇ ଉଦାହରଣ ସୃଷ୍ଟି କରିଛନ୍ତି ।

ମଧ୍ୟପ୍ରେଦଶର ଅନୁୁପ୍ପୁର ଜିଲ୍ଲାରଏକ ଶିକ୍ଷିତ ପରିବାରରେ ଅନୀତାଙ୍କ ଜନ୍ମ । ତାଙ୍କ ବାପା ଓ ମା ଉଭୟ ଶିକ୍ଷକ ଓ ଶିକ୍ଷୟତ୍ରୀ । ଯେଉଁଠି କେବଳ ଶିକ୍ଷାକୁ ଗୁରୁତ୍ୱ ଦେବା କଥା । ତଥାପି ବାପା ହିସାବରେ ନିଜ ଦାୟିତ୍ୱ ନିଭେଇବାକୁ ଯାଇ ଅନୀତା ଓ ତାଙ୍କ ଭଉଣୀକ୍ୁ ବାଲ୍ୟବିବାହ କରାଇଥିଲେ । ବାଲ୍ୟବିବାହର ବେନିୟମ ଜାଣି ବି ୧୭ ବର୍ଷ ମଧ୍ୟରେ ଅନୀତାଙ୍କୁ ବିବାହ କରାଇଥିଲେ ।

ଶାଶୂଘରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁୁ ଅନୀତାଙ୍କୁ ପଢିବା ପାଇଁ ଶାଶୂଘର ଲୋକେ ପଢିବା ପାଇଁ ଅନୁମତି ଦେଇଥିଲେ । କିନ୍ତୁ ଅନୀତାଙ୍କୁ ସାଥ ଦେଇନଥିଲା ଭାଗ୍ୟ । ଗ୍ରାଜୁଏସନ ଶେଷ ବର୍ଷରେ, ଅନୀତାଙ୍କ ସ୍ୱାମୀଙ୍କର ଦୁର୍ଘଟଣାରେ ଦୁଇଟି ହାତ ହରାଇବାକୁ ପଡିଥିଲା । ତେଣୁ ଚାରିବର୍ଷରେ ତାଙ୍କର ଗ୍ରାଜୁଏଶନ ଶେଷ ହୋଇଥିଲା । ଫଳରେ ତାଙ୍କୁ ବ୍ୟାଙ୍କ ଅଫିସର ପାଇଁ ଅଯୋଗ୍ୟ ଘୋଷଣା କରାଯାଇଥିଲା ।

ତଥାପି ହାରମାନିନଥିଲେ ଅନୀତା, ଚେଷ୍ଟା ଜାରି ରଖିଥିଲେ । ଏପରିକି ବ୍ୟୁଟିସିଆନ କୋର୍ସ କରି ନିଜ ପରିବାରକୁ ଚଳାଉଥିଲେ ଅନୀତା । ତା ସହ ତାଙ୍କୁ ଅନେକ ପ୍ରତିକୂଳ ପରିସ୍ଥିର ସାମ୍ନା କରିବାକୁ ପଡିଥିଲା । ଶେଷରେ ଅନୀତା ଫରେଷ୍ଟ ଗାର୍ଡ ଚାକିରୀ କରିବା ପାଇଁ ମନସ୍ଥ କରିଥିଲେ, ତାଙ୍କୁ ଏଥିପାଇଁ ୪ଘଂଟାରେ ୧୩ କିଲୋମିଟର ଚାଲିବାକୁ ପଡିଥିଲା । ୨୦୧୩ ଡିସେମ୍ବରରେ ମଧ୍ୟପ୍ରଦେଶର ବାଲଘାଟ ଜିଲ୍ଲାରେ ସେ ଚାକିରୀ ପାଇଥିଲେ ।
ତେବେ ଅନୀତା ବିଶ୍ୱାସ ହରାଇନଥିଲେ । ଚାକିରିର କଷ୍ଟ ସହ ନିଜ ଲକ୍ଷ୍ୟରୁ ହଟିନଥିଲେ । ଅକ୍ଲାନ୍ତ ପରିଶ୍ରମ କରି ପୋଲିସ ସବ ଇନସପେକ୍ଟର ପରୀକ୍ଷା ଦେଇ ପ୍ରଥମ ଥର ବିଫଳତା ପାଇଥିଲେ । ପରେ ହାର ନମାନି ଦ୍ୱିତୀୟ ଥର ଦେଇଥିଲେ ପରୀକ୍ଷା ।

ଆଉ ଦୋହରାଇତିଲେ ସେହି ସଫଳତା କାହାର ଆନ୍ତରିକ ଉଦ୍ୟମ କେବେ ବିଫଳ ହୁଏନି । ଏହାକୁ ପ୍ରମାଣିତ କରିଥିଲେ ଅନୀତା । ପରୀକ୍ଷାର ଦୁଇ ମାସ ପୂର୍ବରୁ ତାଙ୍କର ଏକ ଟ୍ୟୁମର ଅପରେସନ ହୋଇଥିଲା କିନ୍ତୁ ପ୍ରତିକୂଳ ପରିସ୍ଥିତିରେ କିପରି ବଂଚିବାକୁ ହୁଏ ଶିଖିଥିଲେ ଅନୀତା । ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ରିଜର୍ଭ ପୋଲିସରେ ତାଙ୍କୁ ସବ ଇନସପେକ୍ଟର ଭାବେ ନିଯୁକ୍ତି ମିଳିଥିଲା । ଗୋଟିଏ ପଟେ ପରିବାର ପାଇଁ ସଂଘର୍ଷ ଆଉ ସେପଟେ ଜୀବନର ସବୁଠାରୁ ଦୁଃଖଦ କାହାଣୀର ଆରମ୍ଭ । ଆଉ ସେତେବେଳେ ତାଙ୍କର ଛାଡପତ୍ର ହୋଇଗଲା । ଦୃଢମନା ଅନୀତା ଏଭଳି ସ୍ଥିତିରେ ବି ଟ୍ରେନିଂ ନେଲେ ।

ଠିକ ସମୟରେ ମଧ୍ୟପ୍ରଦେଶ ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ପରୀକ୍ଷାର ରେଜଲ୍ଟ ବାହାରିଥିଲା । ଆଉ ପ୍ରଥମ ପରୀକ୍ଷାରେ ଅନୀତା ୧୭ ରାଙ୍କ ପାଇଥିଲେ ଏବଂ ମାତ୍ର ୨୫ ବର୍ଷରେ ଡିଏସପି ଭାବେ ନିଯୁକ୍ତି ପାଇଛନ୍ତି ।