ଶୀତଦିନେ ଗୋଇଠି ଫାଟିବାକୁ ନେଇ ଚିନ୍ତିତ କି ? ଏହାର ଘରୋଇ ଉପଚାର ପାଇଁ ଆପଣାନ୍ତୁ ଏହି ପ୍ରକ୍ରିୟା

125

ଶୀତଦିନେ ଗୋଇଠି ଫାଟିବା ଏକ ସାଧାରଣ ସମସ୍ୟା ହୋଇଥାଏ । ଆଉ ଏହାକୁ ନେଇ ଅନେକ ଚିନ୍ତିତ ଥାଆନ୍ତି । ବିଭିନ୍ନ ପ୍ରକାରର ଉପଚାର କରିଥାନ୍ତି । ବଜାରରେ ମିଳୁଥିବା ବିଭିନ୍ନ କ୍ରିମ୍ ଠାରୁ ଆରମ୍ଭ କରି ପାର୍ଲର ଯିବା ପର୍ଯ୍ୟନ୍ତ ବିଭିନ୍ନ ଉପାୟ ଆପଣେଇଥାନ୍ତି । ଆପଣ ଚାହିଁଲେ ଏହାର ଘରୋଇ ଉପଚାର ମଧ୍ୟ କରିପାରିବେ । ଆଉ ଅଯଥାରେ ଅନେକ ଖର୍ଚ୍ଚାନ୍ତରୁ ମୁକ୍ତ ହୋଇପାରିବେ । ଘରେ ଫୁଟ୍ ସ୍ପା କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଜାଣନ୍ତୁ ଏହି ପ୍ରକ୍ରିୟା –

– ଶୋଇବା ପୂର୍ବରୁ ଅଳ୍ପ ଉଷୁମ ପାଣିରେ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ପାଦକୁ ବୁଡାଇ ରଖନ୍ତୁ । ଏହାଦ୍ୱାରା ପାଦରେ ଥିବା ଶୁଷ୍କ ଚର୍ମ ନରମ ହୋଇଯିବ ।

– ବର୍ତ୍ତମାନ ଫୁଟ୍ ଫାଇଲ୍ କିମ୍ବା ପ୍ୟୁମିସ୍ ( ଗୋଡ ରଗଡିବା ସ୍ପଂଜ ବା ପଥର) ସାହାଯ୍ୟରେ ଧୀରେ ଧୀରେ ପାଦକୁ ସ୍କ୍ରବ୍ କରି ଡେଡ୍ ସ୍କ୍ରିନ୍ ବାହାର କରିଦିଅନ୍ତୁ । ଅଧିକ ରଗଡିବା ଠାରୁ ଦୂରେଇ ରୁହନ୍ତୁ ।

– ପରେ ଗୋଡ ଧୋଇ ଭଲଭାବେ ପୋଛି ଦିଅନ୍ତୁ ଭେସଲିନ୍ କିମ୍ବା ଫୁଟ୍ କ୍ରିମକୁ ଗୋଇଠିରେ ଭଲଭାବେ ମାଲିସ୍ କରନ୍ତୁ।

– ପାଦରେ ମୋଜା ପିନ୍ଧିି ଶୋଇ ପଡନ୍ତୁ ।

– ସପ୍ତାହକୁ ଅତିକମରେ ଦୁଇଥର ଏପରି କରିବା ସହ ପ୍ରତିଦିନ ତେଲ ଲଗାଇବା ଦ୍ୱାରା ମଧ୍ୟ ଗୋଇଠି ଫାଟିବା ଦୂର ହୋଇଥାଏ ।