ମାତାଲ ମିଜାଜରେ ତାଲବଣିଆ ଆଇଆଇସିଙ୍କ ଦାଦାଗିରି । କ୍ୟାପିଟାଲ ହସ୍ପିଟାଲରେ ନର୍ସ ଡାକ୍ତରଙ୍କୁ ଗାଳିଗୁଲଜ, ସାମ୍ବାଦିକଙ୍କୁ ଆକ୍ରମଣ

31

କନକ ବ୍ୟୁରୋ : ହସ୍ପିଟାଲରେ ପୁଲିସ ବାବୁଙ୍କ ଉନ୍ମତକାଣ୍ଡ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିବା ପୁରୀ ତାଳବଣିଆ ଆଇଆଇସି କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଛନ୍ତି । ମାତାଲ ଅବସ୍ଥାରେ ଥିବା ତାଳବଣିଆ ଥାନା ଆଇଆଇସି ରମାକାନ୍ତ ପାତ୍ର, ଦୟାନଦୀ ବ୍ରିଜ୍ ପାଖରେ ଦୁର୍ଘଟଣା ଘଟାଇ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ ।

ଏହି ସମୟରେ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ଗାଳିଗୁଳଜ କରିବା ସହ ଆକ୍ରମଣ କରିଛନ୍ତି । ଏମିତିକି ହସ୍ପିଟାଲରେ ଥିବା କିଛି ଡାକ୍ତର ଏବଂ ନର୍ସଙ୍କୁ ମଧ୍ୟ ଗାଳିଗୁଳଜ କରିଛନ୍ତି । ମାତାଲ ଆଇଆଇସିଙ୍କ ଏଭଳି କାଣ୍ଡ ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ପୁରୀ ଏସପି । ରାତରାତି ତାଙ୍କୁ ବଦଳି କରାଯାଇଥିବା ସୂଚନା ମିଳିଛି । ତାଙ୍କୁ ଜିଲ୍ଲା ପୋଲିସ ହେଡକ୍ୱାଟର୍ସକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।