ପ୍ରଥମ ଥର ମଦ ପିଇ ଧରାପଡିଲେ ଦେବାକୁ ହେବ ୫୦ ହଜାର ଟଙ୍କା ଜୋରିମାନା, ନଚେତ୍ ତିନି ମାସ ଜେଲ୍ ! ଜାଣନ୍ତୁ କେଉଁଠି ଲାଗୁ ହେଲା ଏଭଳି ବ୍ୟବସ୍ଥା ।

45

ବିହାରରେ ପ୍ରଥମ ଥର ମଦ ଖାଇ ଧରା ପଡ଼ିଥିବା ଲୋକେ ୫୦ ହଜାର ଟଙ୍କା ଜରିମାନା ଦେଲେ ଛାଡ଼ ପାଇବେ, ନଚେତ ତିନିମାସ ଜେଲଖାନା ଖଟିବେ । ରାଜ୍ୟର ନିଷିଦ୍ଧ ଆଇନକୁ ସଂଶୋଧନ କରିବାକୁ ବିହାର ସରକାର ଏ ଭଳି ପ୍ରସ୍ତାବ ଦେଇଛନ୍ତି । ବୁଧବାର ଦିନ ଏ ପ୍ରସ୍ତାବକୁ ବୁଧବାର ଦିନ ରାଜ୍ୟ କ୍ୟାବିନେଟ୍ ଅନୁମୋଦ କରିଛି । ବିହାର ପ୍ରୋହିବିସନ୍ ଆଣ୍ଡ୍ ଏକ୍ସାଇଜ୍ ଆକ୍ଟ୍ ୨୦୧୬ରେ ପରିବର୍ତ୍ତନ କରାଯିବା ପାଇଁ ଜୁଲାଇ ୨୦ ତାରିଖରୁ ଆରମ୍ଭ ହେଉଥିବା ରାଜ୍ୟ ବିଧାନସଭାର ମୌସୁମି ଅଧିବେଶନରେ ଏ ପ୍ରସ୍ତାବ ଆଗତ କରାଯିବ ।

ବୁଧବାର ଦିନ ବିହାର ଆଡଭୋକେଟ୍ ଜେନେରାଲ୍ ଲଳିତ କିଶୋର କହନ୍ତି: ପ୍ରଥମ ଥର ପାଇଁ କୌଣସି ବ୍ୟକ୍ତି ମଦ ପିଉଥିବା ବା ମାତାଲ ଅବସ୍ଥାରେ ଧରାପଡ଼ିବେ, ୫୦ ହଜାର ଟଙ୍କା ଜରିମାନା ଦେଲେ ସେମାନଙ୍କୁ ଛାଡ଼ି ଦିଆଯିବ । ଯଦି ସେମାନେ ଜରିମାନା ଦେବାକୁ ଅସମର୍ଥ ସେମାନଙ୍କୁ ତିନି ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ । ପ୍ରଥମ ଥର ମଦ ପିଇବା ଅପରାଧରେ ଜାମିନ ମଞ୍ଜୁର ହେବ ଏବଂ ଏହା ଗିରଫଦାରି ରହିତ । ଏବେ ଏହା ଜାମିନବିହୀନ ଅପରାଧ ।

ପଡ଼ି ରହିଥିବା ମାମଲାଗୁଡ଼ିକ ପାଇଁ ମଧ୍ୟ ଏହି ସଂଶୋଧନ ଲାଗୁ କରାଯିବ । ସଂଶୋଧନ ଫଳରେ ଦଣ୍ଡର ପରିମାଣ କମିଯିବ । କିନ୍ତୁ ଦ୍ୱିତୀୟ ଥର ଏହି ଅପରାଧ କରିଥିବା ବ୍ୟକ୍ତିଙ୍କୁ ୨ ରୁ ୫ ବର୍ଷ ଯାଏଁ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ । ମଦ ପ୍ରସ୍ତୁତି କରିବା ଓ ବିକ୍ରୟ କରୁଥିବା ବ୍ୟକ୍ତିଙ୍କୁ ପ୍ରଥମ ଥର ସର୍ବନିମ୍ନ ଦୁଇ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯିବ । ଦ୍ୱିତୀୟ ଥର ଧରାପଡ଼ିଲେ ୧୦ ବର୍ଷ ଜେଲ୍ ଦଣ୍ଡ ମିଳିବ ।