ପୋଲିସକୁ ପିଟିଲେ ମହିଳା । ମଦ୍ୟପାନ କରି ବିଚ୍ ରାସ୍ତାରେ ପୋଲିସକୁ ନିର୍ଦ୍ଦୁମ ଛେଚିଲେ ମହିଳା, ଭିଡ଼ିଓ ହେଲା ଭାଇରାଲ ।

20

ମଦ ପିଇ ଚାରି ଜଣ ମହିଳାଙ୍କ ତୂମୁଳ କାଣ୍ଡ ।  ମଦ୍ୟପାନ କରି ରାସ୍ତା ମଝିରେ ମୁମ୍ବାଇ ପୁଲିସ୍ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ। ସେମାନେ ରାସ୍ତାରେ ହଲ୍ଲା ମଚାଉଥିବା ବେଳେ ଯେଉଁ ପୁଲିସ୍ କର୍ମୀମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ସେମାନେ ସେହି ପୁଲିସ୍ କର୍ମୀମାନଙ୍କୁ ବି ମାରଧର କରିଥିଲେ।

ଅଭିଯୁକ୍ତା ମହିଳାମାନେ ହେଉଛନ୍ତି ମମତା ମେହେରା, ଆଲିସ୍ ପିଲା,କମଲ ଶ୍ରୀବାସ୍ତବ ଏବଂ ଜେସି ଡି କୋଷ୍ଟା । ସୂଚନା ମୁତାବକ ସେମାନେ ମୁମ୍ବାଇର ମୀରା ରୋଡ୍ରେ ହେଉଥିବା ଏକ ପାର୍ଟିକୁ ଯାଇ ସେଠାରେ ମଦ୍ୟପାନ କରିଥିଲେ। ତା ପରେ ସେମାନେ ଗତକାଲି ରାତି ପ୍ରାୟ ୨ଟା ସମୟରେ ପାର୍ଟିରୁ ନିଜ ଘରକୁ ଫେରୁଥିଲେ । ଭାୟନ୍ଦରଠାରେ ଥିବା ମାକ୍ସସ ମଲ୍ ନିକଟସ୍ଥ ସହିଦ ଭଗତ୍ସିଂହ ଗ୍ରାଉଣ୍ଡ୍ଠାରେ ପୋଲିସକୁ ମାରପିଟ୍ କରିଥିବା ଅଭିଯୋଗ ହୋଇଛି ।

ସେମାନଙ୍କୁ ପୁଲିସ୍ ଆୟତ୍ତ କରିବାକୁ ଚେଷ୍ଟା କରିବା ବେଳେ ସେମାନେ ପୁଲିସ୍କୁ ନିସ୍ତୁକ ପିଟିଥିଲେ। ସେଠାରେ ଥିବା ମହିଳା ପୁଲିସ୍ ଇନ୍ସ୍ପେକ୍ଟର ମନୀଷା ପାଟିଲ୍ ସେମାନଙ୍କୁ ଶାନ୍ତ ହେବାକୁ କହିଥିଲେ ମାତ୍ର ସେମାନେ ତାଙ୍କୁ ବି ମାଡ଼ ମାରିଥିବା ଜାଣିବାକୁ ମିଳିଛି। ତେବେ ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।