ଦିୱାଲୀ ପାର୍ଟିରେ ଗଣମାଧ୍ୟମ ଫଟୋଗ୍ରାଫରଙ୍କ ଉପରେ ଗର୍ଜିଲେ ସଞ୍ଜୟ ଦତ ! ଅସଭ୍ୟ ଭାଷାରେ କଲେ ଗାଳି ଗୁଲଜ । ଦେଖନ୍ତୁ ଭିଡିଓ

154

ଦିୱାଲି ପାର୍ଟିରେ ଗାଳି ଦେଲେ ବଲିଉଡ୍ ଅଭିନେତା ସଞ୍ଜୟ ଦତ । ଗଣମାଧ୍ୟମ ଫଟୋଗ୍ରାଫରଙ୍କୁ ଗାଳି ଦେବାର ଭିଡିଓ ହେଲା ଭାଇରାଲ । ବିଭିନ୍ନ ପର୍ବପର୍ବାଣୀରେ ପାର୍ଟି ଦେବାରେ ବଲିଉଡ୍ କଳାକାରଙ୍କ ମଧ୍ୟରେ ସବୁ ବେଳେ ଆଗରେ ଥାନ୍ତି ସଞ୍ଜୁ ବାବା । ହେଲେ ଅନେକ ସମୟରେ ନିଜ ଉପରୁ ନିୟନ୍ତ୍ରଣ ମଧ୍ୟ ହରାଇଥାନ୍ତି ବଲିଉଡ୍ର ଏହି ମୁନ୍ନାଭାଇ । ଏଥର ମଧ୍ୟ ଦିୱାଲି ପାର୍ଟିରେ ମଧ୍ୟ ଘଟିଛି ଏମିତି କିଛି । କିଛି ଦିନ ତଳେ ସଜା କାଟି ଜେଲରୁ ବାହାରିଥିବା ସଞ୍ଜୟ ଦତ ଏଥର ଦିପାବଳି ମନେଇବା ପାଇଁ ନିଜ ଘରେ ରଖିଥିଲେ ଏକ ବଡ ପାର୍ଟି । ଆଉ ଏହି ଗ୍ରାଣ୍ଡ ସେଲିବ୍ରେସନ୍ରେ ବଲିଉଡ୍ ସେଲିବ୍ରିଟିଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ସାମିଲ ହୋଇଥିଲେ । ବିଳମ୍ବିତ ରାତିରେ ପାର୍ଟି ଶେଷ ପରେ ଅତିଥିମାନେ ଫେରିବା ଆରମ୍ଭ ହୋଇଥିଲା । ଆଉ ଅତିଥିଙ୍କୁ ବିଦାୟ ଦେବା ପାଇଁ ଘର ବାହାରକୁ ଆସିଥିଲେ ସଞ୍ଜୟ ଦତ ଓ ପତ୍ନୀ ମାନ୍ୟତା ।

ଗଣମାଧ୍ୟମ କର୍ମୀଙ୍କୁ ଉଭୟ ଫଟୋ ପାଇଁ ପୋଜ୍ ମଧ୍ୟ ଦେଇଥିଲେ । ହେଲେ ପ୍ରଚୁର ନିଶାରେ ଥିବା ସଞ୍ଜୟ ଫଟୋ ଉଠାଉଥିବା ଗଣମାଧ୍ୟମ କର୍ମୀଙ୍କୁ ହଠାତ୍ ଗାଳି ଦେବା ଆରମ୍ଭ କରିଥିଲେ । ପ୍ରଥମେ ଫଟୋଗ୍ରାଫରଙ୍କୁ ଘରକୁ ଯାଇ ଦିୱାଲି ସେଲିବ୍ରେଟ୍ କରିବା ପାଇଁ ପରାମର୍ଶ ଦେଇଥିଲେ । ଆଉ ପରେ ପରେ ସଞ୍ଜୟଙ୍କ ପାର୍ଟିରୁ ବାହାରିଥିଲା ଅଶ୍ରାବ୍ୟ ଭାଷାରେ ଗାଳି । ଗଣମାଧ୍ୟମ କର୍ମୀଙ୍କ ଉପରେ ବର୍ଷିବା ସହ ମନ ଇଚ୍ଛା ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ ସଞ୍ଜୁ ବାବା । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ସମାଲୋଚନାର ଶିକାର ହେବାକୁ ପଡିଛି ସଞ୍ଜୟ ଦତଙ୍କୁ ।