ଅଧା ବାହାଘର ହେବ ପୂରା ! ବେଦୀକୁ ଫେରିବ ବର,ଆପୋଷ ସମାଧାନ ପରେ ବିବାହ କରିବାକୁ ରାଜିହେଲେ ମଙ୍ଗୁଳା କନ୍ୟା

41

କନକ ବ୍ୟୁରୋ : ଅଧା ବାହାଘର ପୂରା ହେବ । ବେଦୀକୁ ଫେରିବ ବର । ମଦ୍ୟପ ବର ଓ ବରଯାତ୍ରୀଙ୍କ ଉନ୍ମତକାଣ୍ଡଙ୍କ ଯୋଗୁ ସୃଷ୍ଟି ହୋଇଥିବା ବିବାଦର ଆପେଷ ସମାଧାନ ହୋଇଛି । ଉଭୟପକ୍ଷ ମଧ୍ୟରେ ଲିଖିତ ରାଜିନାମା ହେବା ପରେ, ବାହା ନହେବାକୁ ଜିଦରେ ଅଟଳ ଥିବା ମଙ୍ଗୁଳା କନ୍ୟା ରାଜି ହୋଇଛି । ତାପରେ ଥାନାରେ ଅଟକ ଥିବା ବର ଶଙ୍କର ଓ ଭାଇ ସୁଦାମଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ପୁଲିସ୍ ଛାଡିଥିବା ଜଣାପଡିଛି । ମାସକ ମଧ୍ୟରେ ଅଦାଲତଙ୍କ ତତ୍ୱାବଧାନରେ ଆଇନ ଅନୁଯାୟୀ ବାହାଘର ହେବ ।

ଗତକାଲି ରାତିରେ ରାଉରକେଲା ସାରନଗରୀକୁ ବନ୍ଧମୁଣ୍ଡା ଥାନା ଚମ୍ପାଗଡ ବସ୍ତିର ଶଙ୍କର ପଣ୍ଡା ବର ହୋଇ ଆସିଥିଲେ । କନ୍ୟାପକ୍ଷ ଅତି ଖୁସିର ସହ ବରପକ୍ଷଙ୍କୁ ବରଣ କରିଥିଲେ । କିନ୍ତୁ ବର ଓ ବରଯାତ୍ରୀ ଅତ୍ୟଧିକ ମଦ ପିଇ ଉନ୍ମତକାଣ୍ଡ ଭିଆଇଲେ । କନ୍ୟାପକ୍ଷ ଲୋକଙ୍କୁ ଅସଭ୍ୟ ବ୍ୟବହାର କଲେ । ଆଉ ଏହି ଘଟଣାରେ ତାତି ଉଠିଲେ କନ୍ୟା ଓ ପରିବାର ବର୍ଗ । ବର ଓ ବରଯାତ୍ରୀଙ୍କ ଏହି କାଣ୍ଡ ପରେ ବିବାହ ଅଧାରେ ଅଟକି ଯାଇଥିଲା । ଏହାକୁ ନେଇ ଥାନାରେ ଅଭିଯୋଗ କରିଥିଲେ କନ୍ୟାପକ୍ଷ । ତାପରେ ହାତଗଣ୍ଠି ବଦଳରେ ବର ହାତରେ ପଡିଥିଲା ହାତକଡି ।

ସୂଚନାଯୋଗ୍ୟ ନିଶାରେ ମାତାଲ ବରକୁ ବାହାହେବାକୁ ମନା କରିଦେଲେ ମଙ୍ଗୁଳା କନ୍ୟା । ଅତ୍ୟଧିକ ମଦ୍ୟପାନ କରି କନ୍ୟାପକ୍ଷ ଲୋକଙ୍କୁ ଅସଭ୍ୟ ବ୍ୟବହାର କରିବାରୁ ଏପରି ହୋଇଥିଲା । ଆଉ ଏହି ଘଟଣାରେ ତାତି ଉଠିଲେ କନ୍ୟା ଓ ପରିବାର ବର୍ଗ । ବର ଓ ବରଯାତ୍ରୀଙ୍କ ଏହି କାଣ୍ଡ ପରେ ବିବାହ ଅଧାରେ ଅଟକି ଗଲା । ବରପକ୍ଷର ଏଭଳି କାଣ୍ଡ ନେଇ କ୍ଷତିପୂରଣ ଦାବିରେ ଝିଅ ଘର ଲୋକେ ଟାଙ୍ଗରପାଲ୍ଲୀ ଥାନା ଘେରାଓ କରିଥିଲେ । ପୋଲିସ ଅଭିଯୋଗ ଆଧାରରେ ବର ଓ ତାଙ୍କ ଭାଇଙ୍କୁ ଗିରଫ କରିଥିଲା । ତେବେ ବହୁତ ବୁଝାସୁଝା ପରେ ଏବେ କନ୍ୟା ବିବାହ ପାଇଁ ରାଜି ହୋଇଛନ୍ତି ।