ପ୍ରେମରେ ପ୍ରତାରଣା ପାଇବା ପରେ ଯୁବତୀଙ୍କ ନିଆରା ପ୍ରତିବାଦ ! ପ୍ରେମିକ ଘର ଆଗରେ ଡିଜେ ବଜାଇ ଧୂମ ନାଚିଲେ ପ୍ରେମିକା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

94

ବାହାଘର ହେଉ କିମ୍ବା ପାର୍ଟି ଡିଜେର ତାଳେ ତାଳେ ନାଚ କରୁଥିବା ଅଧି୍କାଂଶ ଲୋକ ଦେଖିବାକୁ ମିଳନ୍ତି । ଯାହା ଆଧୁନିକ ଯୁଗରେ ଉପଭୋଗ କରିବାର ଏକ ନିଆରା ପ୍ରୟାସ । ବିଶେଷ କରି ଝିଅଙ୍କ ଅପେକ୍ଷା ପୁଅମାନେ ଏହି ରୀତି ସହିତ ଅଧିକ ଜଡ଼ିତ । କିନ୍ତୁ ଏବେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

sddefaultଜଣେ ଯୁବତୀ ନିଶାଗ୍ରସ୍ତ ହୋଇ ତାଙ୍କ ବଏଫ୍ରେଣ୍ଡଙ୍କ ଘର ସମ୍ମୁଖରେ ନାଚ କରୁଥିବା ଭିଡିଓଟି ଖୁବ ମାତ୍ରାରେ ଭାଇରାଲ ହେଉଛି । ନିଶାଶକ୍ତ ଅବସ୍ଥାରେ ତାଙ୍କର ସର୍ବମୋଟ ୪ଟି ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ସେ ‘ରାଜା ହିନ୍ଦୁସ୍ତାନୀ’ ଫିଲ୍ମର ‘ତେରେ ଇସ୍କ ମେଁ ନାଚେଙ୍ଗେ’ ଗୀତରେ ନୃତ୍ୟ କରୁଥିବାର ଦେଖିବାକୁ ମିଳିଛି । ଏକ ମିଡିଆ ରିପୋର୍ଟ ଅନୁସାରେ ସନ୍ଦୀପ ସେହୱାଗ ନାମକ ଜଣେ ଯୁବକ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଗୁରୁଗ୍ରାମର ପତୋଡ଼ି ଅଂଚଳର ହେଲମଣ୍ଡିରେ ରହୁଥିବା ଜଣେ ଯୁବତୀ ପ୍ରେମରେ ପ୍ରତାରଣା ପାଇବା ପରେ ଏଭଳି ପ୍ରୟାସ କରିଛନ୍ତି ବୋଲି ସୂଚନା ମିଳିଛି । ସେ ଏଥିପାଇଁ ଡିଜେ ସେଟ୍ ଭଡ଼ାରେ ଆଣି ବଏଫ୍ରେଣ୍ଡଙ୍କ ଘର ସାମ୍ନାରେ ନାଚୁଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଭିଡିଓଟି ସୋସିଆଲ ମିଡିଆରେ ଆସିବା ମାତ୍ରେ ୪ ହଜାରରୁ ଅଧିକ ଲୋକ ଏହାକୁ ସେୟାର କରିଥିଲେ ।