ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ : ନିଶାସକ୍ତ ଅବସ୍ଥାରେ ଖାଇଲା ଜୀବନ୍ତ କୁୁକୁଡ଼ା

58

କନକ ବ୍ୟୁରୋ : ମଦ୍ୟପାନ ଏକ ସାମାଜିକ ବ୍ୟାଧି । ଏହା ଏହା କେବଳ ମଦ୍ୟପ ବ୍ୟକ୍ତି ଓ ପରିବାରକୁ ଦୁର୍ଦ୍ଦଶା ଆଡ଼କୁ ଟାଣି ନିଏନି ବରଂ ସମାଜ ଓ ଦେଶକୁ ପ୍ରଭାବିତ କରିଥାଏ । ନିଶାସକ୍ତ ଅବସ୍ଥାରେ ମଣିଷ ହିତାହିତ ଜ୍ଞାନ ହରାଇବସେ । କେତେବେଳେ ଯେ କ’ଣ କରି ପକାଏ କିଛି ଜାଣିପାରେନାହିଁ । ତେଲେଙ୍ଗାନାର ଜଣେ ମଦ୍ୟପ ଯୁବକ ଏପରି କାଣ୍ଡ ଘଟାଇଛନ୍ତି, ଯାହା ଶୁଶି ସମସ୍ତେ ଆଶ୍ଚର୍ଯ୍ୟ ହେବେ । ସୂଚନା ଅନୁସାରେ ଜଣେ ନିଶାସକ୍ତ ଯୁବକ ନିଶାରେ ଚୁର ହୋଇ ଜୀବନ୍ତ କୁକୁଡ଼ା ଖାଇଯାଇଛନ୍ତି । କୁକୁଡ଼ାକୁ ଜୀବନ୍ତ ଖାଇବାର ଭିଡ଼ିଓ ସେ ହି ରାସ୍ତା ଦେଇ ଯାଉଥିବା ଜଣେ ବ୍ୟକ୍ତି ରେକର୍ଡ଼ କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ଏହି ଘଟଣା ମଙ୍ଗଳବାର ତେଲେଙ୍ଗାନାର ମହବୁବାବାଦର କେଶମୁଦ୍ରମରେ  ଘଟିଛି । ପାର୍ଟି କରୁଥିବା ଦୁଇ ଯୁବକ ମାଂସ କରିବା ପାଇଁ କୁକୁଡ଼ା କିଣି ଆଣିଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ରୋଷେଇ କରିବା ପରିବର୍ତ୍ତେ କୁକୁଡ଼ାକୁ ଜୀବନ୍ତ ଖାଇଯାଇଥିଲେ । ଏହି ଭିଡ଼ିଓକୁ ଭାଇରାଲ ହେବା ପରେ ସର୍ବସାଧାରଣ ସ୍ଥାନରେ ପଶୁପକ୍ଷୀଙ୍କ ପ୍ରତି ଏପରି କ୍ରୁରତା ଅଭିଯୋଗରେ ଏକ ଟିମ୍ ଗଠନ କରିଛନ୍ତି ଓ ଅଭିଯୁକ୍ତ ଦୁଇ ଯୁବକଙ୍କ ତଲାସ କରୁଛନ୍ତି ।