ଏମିତି ପୁଅକୁ ଧିକ୍ ! ମଦ ପିଇବା ପାଇଁ ଟଙ୍କା ନଦେବାରୁ ବାପା ମା’ଙ୍କ ଉପରେ ସଇତାନ୍ ପୁଅର ଜୁଲୁମ୍, ଥାନାରେ ମାମଲା ରୁଜୁ ।

57

ମଦ ଏପରି ଏକ ଜିନିଷ ଥରେ ମଣିଷର ଅଭ୍ୟାସ ପାଲଟିଗଲେ ତାହା ସହଜରେ ଛାଡି ହୁଏ ନାହିଁ । ଲୋକେ ମଦ ପିଇ ନିଶା ଅବସ୍ଥାରେ ଅନେକ ଅପରାଧ କରିଥାନ୍ତି । ମଦ ପିଇଲା ପରେ ଅଜାଣତରେ କଣ ଘଟିଯାଏ ତାହା କାହାରିକୁ ଜଣା ପଡେନାହିଁ । ଏଥିସବୁ ମଧ୍ୟରେ ବେଳେ ବେଳେ ଲୋକେ ନିଶା ପାଇଁ ଏପରି କିଛି କରି ବସନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ ।

ବିହାରରେ ମଦ ଉପରେ ପ୍ରତିବନ୍ଧକ ଲାଗିବା ସତ୍ୱେବି ଲୋକେ ଚୋରାରେ ମଦ ଆଣି ପିଉଛନ୍ତି । ଏବଂ ପ୍ରତିଦିନ ଅନେକ ଅପରାଧ ମଧ୍ୟ କରୁଛନ୍ତି । ଠିକ ସେହିଭଳି ଏକ ଘଟଣା ଘଟିଛି ପାଟଣା ଠାରୁ ୩୦ କିଲୋମିଟର ଦୂରରେ ଥିବା ମୋସୋଢି ଅଞ୍ଚଳରେ ଘଟିଛି ।

ସୂଚନା ମୁତାବକ, ଜଣେ ଯୁବକ ରାଜକୁମାର ମଦ ପିଇବା ପାଇଁ ତାଙ୍କ ମା’ଙ୍କୁ କିଛି ଟଙ୍କା ମାଗିଥିଲେ । ମା’ ଟଙ୍କା ଦେବାକୁ ମନା କରିବାରୁ ଯୁବବ ଜଣକ ତାଙ୍କ ମା’ଙ୍କୁ ଉପରକୁ ଆକ୍ରମଣ କରିଦେଇଥିଲେ । ପ୍ରକୃତରେ ରାଜକୁମାର ମଦ ପିଇ ଅଧ ରାତିରେ ଘରକୁ ଫେରିଥିଲେ । ଅଧିକ ମଦ ପିଇବା ପାଇଁ ଇଛା ହୋଇଥିଲା । ରାଜକୁମାରଙ୍କ ପାଖରେ ଆଉ ମଦ ପିଇବା ପାଇଁ ଟଙ୍କା ନଥିବାରୁ ସେ ତାଙ୍କ ମା’ଙ୍କୁ ଟଙ୍କା ମାଗିଥିଲେ । ଟଙ୍କା ଦେବା ପାଇଁ ମା’ ମନା କରିଦେବାରୁ ରାଜକୁମାର ମା’ଙ୍କୁ ମାରପିଟ କରିଥିଲେ ଏହା ଦେଖି ତାଙ୍କ ପିତା ରାଜକୁମାରଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ କଳିଯୁଗ ପୁଅ ବାପାଙ୍କୁ ବି ମାଡ ମାରି ଦରମରା କରିଦେଲା । ଏହା ପରେ ରାଜକୁମାରଙ୍କ ପିତା ନିକଟସ୍ଥ ଥାନାରେ ନିଜ ପୁଅ ବିରୁଦ୍ଧରେ ଅଭିଯୋଗ କରିଥିଲେ । ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାଜକୁମାରଙ୍କୁ ଗିରଫ କରିଛନ୍ତି ।

ଅଭିଯୁକ୍ତର ପିତା ମାତାଙ୍କ କହିବା ଅନୁସାରେ, ତାଙ୍କ ପୁଅ ପ୍ରତିଦିନ ମଦ ପିଇ ଘରକୁ ଫେରୁଥିଲା । ମଦ ତାର ଅଭ୍ୟାସ ପାଲଟିଯାଇଥିଲା । ପ୍ରତିଦିନ ମଦ ପିଇବା ପାଇଁ ଟଙ୍କା ମାଗୁଥିଲା । ଟଙ୍କା ନଦେଲେ ସବୁବେଳେ ଘରେ ମାରପିଟ କରୁଥିଲା । ଏବଂ ଜୀବନରୁ ମାରିଦେବା ପାଇଁ ଧମକ ଦେଉଥିଲା ।