ମଦନିଶାରେ ହିତାହିତ ଜ୍ଞାନ ଭୁଲିଗଲେ ଅଭିନେତା ସଞ୍ଜୟ ଦତ୍ତ ! ଅଭିଷେକଙ୍କୁ ଦେଲେ ଚୁମ୍ବନ ସଞ୍ଜୁଙ୍କୁ ଡରି ସ୍ଥାନ ଛାଡି ଚାଲିଗଲେ ଐଶ୍ୱର୍ଯ୍ୟା ।

654

ବଲିଉଡ୍ ଅଭିନେତା ସଂଜୟ ଦତ୍ତ ଏବଂ ଅଭିଷେକ ବଚ୍ଚନଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଏହି ଭିଡିଓରେ ଦୁହେଁ ଦୁହିଁଙ୍କୁ ଚୁମ୍ବନ ଦେଉଥିବା ଦୃଶ୍ୟ ରହିଛି । ଭିଡିଓରେ ଅଭିନେତ୍ରୀ ତଥା ଅଭିଷେକ ବଚ୍ଚନଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଭିଡିଓରେ ଅତ୍ୟଧିକ ମଦନିଶାରେ ଐଶ୍ୱର୍ଯ୍ୟାଙ୍କ କାନ୍ଧରେ ସଞ୍ଜୟ ହାତ ପକାଇଥିବାର ମଧ୍ୟ ଦେଖାଯାଉଛି । ଏହି ସମୟରେ ସଞ୍ଜୟ ଅଭିଷେକଙ୍କ ହଠାତ୍ ଚୁମ୍ବନ ଦେବାକୁ ଆରମ୍ଭ କରନ୍ତି ଏବଂ ଏହି ସମୟରେ ଅଭିଷେକ ମଧ୍ୟ ତାଙ୍କୁ ଚୁମ୍ବନ ଦିଅନ୍ତି । ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଅଭିନେତ୍ରୀ ଐଶ୍ୱର୍ଯ୍ୟା ନିଜକୁ ଅସହଜ ମନେ କରି ସେଠାରୁ ଚାଲିଆସନ୍ତି । ଅଭିଶେକଙ୍କ ଘରେ ଏକ ପାର୍ଟି ଥିବା ବେଳେ ଏଭଳି ଘଟଣା ଗଣମାଧ୍ୟମ ସାମ୍ନାକୁ ଆସିଥିଲା । ଏହି ସମୟରେ ସଞ୍ଜୟ ଦତ୍ତ ମଦନିଶାରେ ଚୁର ଥିଲେ ଏବଂ ତାଙ୍କୁ ସମ୍ଭାଳିବାକୁ ଯାଇ ଏଭଳି କିଛି ମିଡିଆ ନଜରକୁ ଆସିଥିଲା ।