ମଦ୍ୟପର ଉନ୍ମତ୍ତ କାଣ୍ଡ : ମଦ ପିଇ ଜାଳିଦେଲା ୧୮ଟି ଗାଡ଼ି

101

କନକ ବ୍ୟୁରୋ : ଦିଲ୍ଲୀର ମଦନଗିରି ଅଞ୍ଚଳରେ ମଙ୍ଗଳବାର ଜଣେ ମଦ୍ୟପ ମଦ ପିଇ ୧୮ଟି ଗାଡ଼ି ଜାଳି ଦେଇଥିବା ଅଭିଯୋଗ ହୋଇଛି । ଏହି ଗାଡ଼ିଗୁଡ଼ିକ ଭିତରୁ ୧୪ଟି ଚାରି ଚକିଆ ଓ ୪ଟି ଦୁଇ ଚକିଆ ଯାନ ରହିଛି। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ମଦ୍ୟପ ଜଣକ ନିଶାରେ ଆସି ଗାଡ଼ିଗୁଡ଼ିକରେ ନିଆଁ ଲଗାଇ ସେଗୁଡ଼ିକୁ ସଂପୂର୍ଣ୍ଣ ଜାଳି ଦେଇଛନ୍ତି ।

ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ଭିଡିଓରେ ଦେଖିବାକୁ ମିଳୁଛି ବ୍ୟକ୍ତି ଜଣକ ମୋଟରସାଇକେଲ୍‌ରୁ ତେଲ ପାଇପ୍‌ କାଢ଼ି ପାଖରେ ଥିବା ଗାଡ଼ିଗୁଡ଼ିକରେ ନିଆଁ ଲଗାଇ ଜାଳିବାରେ ଲାଗିଛନ୍ତି । ପ୍ରଥମେ ମୋଟରସାଇକେଲ୍‌ରୁ ତେଲ୍‌ କାଢୁଛନ୍ତି ପରେ ସେଥିରେ ଏକ ମାଚିସ୍‌ ମାରି ନିଆଁ ଲଗାଉଛନ୍ତି । ରାତି ପାଖାପାଖି ୩.୦୫ ସମୟରେ ଏହି ଘଟଣା ଘଟିଛି । ଏହି ଘଟଣା ସଂପର୍କରେ ସ୍ଥାନୀୟ ଲୋକ ପୁଲିସ୍‌କୁ ଖବର ଦେବା ପରେ ପୁଲିସ୍‌ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା । ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଜଣଙ୍କୁ ଏପର‌୍ୟ୍ୟନ୍ତ ଧରାଯାଇ ପାରିନାହିଁ ।