ପାରା ପିଠିରେ ନିଶା କାରବାର ! କୁଏତରେ ନୂଆ ତରିକାର ପର୍ଦ୍ଦାଫାଶ

93

ଦିନଥିଲା କାହାକୁ କିଛି ଖବର ପାଠାଇବାର ଥିଲେ କପୋତ ପାଲଟୁଥିଲା ବାର୍ତ୍ତାବହ । ଆମ ଭାଷାରେ ପୋଷ୍ଟମ୍ୟାନ୍‌ । ହେଲେ ଏବେ ଏହି ନିରୀହ କପୋତଙ୍କ ପିଠିରେ ପଡ଼ିଛି ନିଶାର ବୋଝ । କେତେକ ନିଶା ବେପାରି ନିଜ କାମରେ ଏହି କପୋତଙ୍କୁ ଲଗାଇଲେଣି । ପାରା ପିଠିରେ ନିଶା ବଟିକା ଭର୍ତ୍ତି ଥଳିକୁ ବାନ୍ଧି ଚାଲାଣ କରିବା ଏବେ ନିଶା କାରବାରର ନୂଆ ତରିକା ପାଲଟିଛି । ନିକଟରେ କୁଏତରେ ସୀମାଶୁଳ୍ପ ବିଭାଗୀୟ ଅଧିକାରୀମାନେ ଏଭଳି ଏକ ପାରା ଉଦ୍ଧାର କରିଛନ୍ତି । ଯାହା ପିଠିରେ ଥିବା ଥଳିରୁ ମିଳିଛି ୧୭୮ଟି ନିଶା ବଟିକା । ଅତି ଚତୁରତାର ସହ ପାରାର କୋମଳ ଚମଡ଼ା ପରି ଦିଶୁଥିବା ଏକ ଥଳିରେ ଏହାକୁ ଏପରି ଭାବେ ବନ୍ଧା ଯାଇଥିଲା ଯାହାକୁ ଦେଖି ଏହା କ’ଣ ବୋଲି କେହି ଜାଣିପାରି ନ ଥିଲେ ।