ବିତିଗଲା ବର୍ଷେ : କ୍ଷତିପୂରଣ ଅପେକ୍ଷାରେ ମରୁଡି ପ୍ରଭାବିତ ଚାଷୀ

49

ସୁନ୍ଦରଗଡ ବ୍ୟୁରୋ, କନକ ନ୍ୟୁଜ୍ : ମରୁଡି ଯୋଗୁଁ ଉଜୁଡିଗଲା ଚାଷ । ଭାଙ୍ଗିଗଲା ଚାଷୀକୂଳର ମେରୁଦଣ୍ଡ । ବର୍ଷା ଅଭାବରୁ ଚାଷୀ ଆଖିଆଗରେ ନଷ୍ଟ ହୋଇଗଲା ବର୍ଷକ ଯାକର ପରିଶ୍ରମ । ଫଳରେ ଚାଷୀ ମୁଣ୍ଡରେ ଚଡକ ପଡିଗଲା । ସୁନ୍ଦରଗଡ ଜିଲ୍ଲାକୁ ମରୁଡି ପ୍ରଭାବିତ ଜିଲ୍ଲା ବୋଲି ସରକାର ଘୋଷଣା କଲେ । ସହାୟତାର ପ୍ରତିଶ୍ରୁତି ମଧ୍ୟ ଦେଲେ । ହେଲେ ବର୍ଷେ ହେବ କ୍ଷତିପୂରଣ ମିଳିନଥିବା ବେଳେ ଚଳିତ ଚାଷକୁ ନେଇ ଚିନ୍ତାରେ ଚାଷୀ ।