ବଲାଙ୍ଗୀରରେ ମରୁଡି ଆଶଙ୍କା ! ଗତ ତିନି ମାସ ମଧ୍ୟରେ ସର୍ବନିମ୍ନ ବର୍ଷା ରେକର୍ଡ

63

କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା ବେଲପଡାରେ ମରୁଡି ଆଶଙ୍କା । ବେଲପଡାର ସରମୁହାଣ ପଂଚାୟତରେ ଜୁନ ମାସରେ ୫୪ମିଲିମିଟର, ଜୁଲାଇ ମାସରେ ୫୦ମିଲିମିଟର ଓ ଅଗଷ୍ଟ ମାସରେ ମଧ୍ୟ ସର୍ବନିମ୍ନ ବର୍ଷା ରେକର୍ଡ କରାଯାଇଛି । ବର୍ଷା ଅଭାବରୁ ଧାନ ହଳଦିଆ ହୋଇ ଶୁଖିଯାଇଥିବାବେଳେ ତଳି ନଷ୍ଟ ହୋଇଯାଇଛି । ୨୦୧୫ରେ ସରମୁହାଣର ଭାଲୁଖାଇ ଅଂଚଳରେ ମରୁଡି ହୋଇଥିବାବେଳେ ଅନେକ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥି ଗାଁକୁ ଗସ୍ତ କରି ଚାଷୀଙ୍କୁ ଗଭୀର ନୂକଳଅ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ ।

ତେବେ ଚାଷୀ ଅମାନତ ବାବଦରେ ୨ଲକ୍ଷ ୮୦ହଜାର ଟଙ୍କା ଜମା କରିଥିଲେ । ୩ଜଣ ଚାଷୀଙ୍କ ଜମିରେ ନଳକୂଅ ଖନନ କରାଯାଇଥିଲେ ବି ମାତ୍ର ଗୋଟିଏ ନଳକୂଅ କାମ କରିଥିଲା । ତେବେ ସେଥିରେ ବିଦ୍ୟୁତ ସଂଯୋଗ ଦିଅଯାଇନାହିଁ । ଭାଲୁଖାଇ ଗାଁର ୮୫୦ଏକର ଚାଷ ଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । କରଜ କରି ଚାଷ କରିଥିବା ଚାଷୀ ଏବେ ଋଣ ସୁଝିବା ଚିନ୍ତାରେ । ଏନେଇ ବେଲପଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅତିରିକ୍ତ ଜିଲ୍ଲାପାଳଙ୍କୁ ୧୦ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି ।