ରବିଫସଲ କରିଥିବା ମାଲକାନଗିରିର ଚାଷୀ ହତାଶ ! ବିଧାୟକଙ୍କ ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

26

କନକ ବ୍ୟୁରୋ : ଗୋଟିଏ ପଟେ ଚାଷୀ ଆତ୍ମହତ୍ୟା ଓ ଅଭାବୀ ବିକ୍ରି ପ୍ରସଙ୍ଗରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଅନ୍ୟପଟେ ମାଲକାନଗିରିରେ ଶୁଖିଲା ପଡିଛି ଜମି । ହଜାର ହଜାର ହେକ୍ଟର ଜମିରେ ରବି ଫସଲ କରିଥିବା ମାଲକାନଗିରିର ଚାଷୀ ହତାଶ । ପାଣି ଅଭାବରୁ ଚାଷୀଙ୍କ ମୁଣ୍ଡ ରେ ଏବେ ଚଡକ ପଡିଛି । ଏଭଳି ସ୍ଥିତିରେ ବିଧାୟକ ପାଖରେ ଗୁହାରି କରିବାରୁ ଯାହା ଉତର ମିଳିଛି, ତାହାକୁ ଚିନ୍ତିତ ହୋଇ ପଡିଛନ୍ତି ଚାଷୀ । ବିଧାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ କରିଛନ୍ତି ଚାଷୀ ।

ଚାଷୀଙ୍କ ଅଭିଯୋଗ, ଭୋଟ ଦେଇନ, ପାଣି ମିଳିବନି ବୋଲି କହିଛନ୍ତି ବିଧାୟକ । ଗତ ପଂଚାୟତ ନିର୍ବାଚନରେ ମାଲକାନଗିରି ଜିଲ୍ଲାରେ ବିଜେଡିର ଶୋଚନୀୟ ପରାଜୟ ଘଟି ଥିବାରୁ ଏବେ ଚାଷୀଙ୍କ ଜମିରେ ପାଣି ଦିଆ ଯାଉ ନଥିବା ଅଭିଯୋଗ ହୋଇଛି । ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ମାଲକାନଗିରି ଜିଲ୍ଲାପାଳ, ମୁଖ୍ୟ ଯନ୍ତ୍ରୀ ଓ ନେତା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ବୁଲି ବୁଲି ଚାଷୀ ମାନେ ନୟନ୍ତ ହୋଇ ପଡି ଥିଲେ ହେଁ, ହଜାର ହଜାର ହେକ୍ଟର ଚାଷ ଜମି ରେ ନଷ୍ଟ ହୋଉ ଥିବା ରବି ଫସଲ ପ୍ରତି କାହାର ନିଘା ନାହିଁ ।