ଡ୍ରୋନ ଦେଖିଲା ଶ୍ରୀମନ୍ଦିର ସତ, ନୀଳଚକ୍ର ଅଛି ସମ୍ପୂର୍ଣ୍ଣ ସୁରକ୍ଷିତ

2,892

ନୀଳଚକ୍ରର କ୍ଷୟକ୍ଷତି ନେଇ ବଡ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଫୋନି ବାତ୍ୟାରେ ନୀଳଚକ୍ରର କୌଣସି କ୍ଷତି ହୋଇନି । ଫୋନିର ପ୍ରଳୟଙ୍କରୀ ପବନରେ ନୀଳଚକ୍ର କ୍ଷତି ହୋଇଥିବା ନେଇ ଯେଉଁ ଅଭିଯୋଗ ହେଉଥିଲା ତାହା ସମ୍ପୂର୍ଣ୍ଣ ଭୁଲ । ବାତ୍ୟାରେ ନୀଳଚକ୍ର ସମ୍ପୂର୍ଣ୍ଣ ଭାଗ ସୁରକ୍ଷିତ ଅଛି । ନୀଳଚକ୍ର ନଷ୍ଟ ହୋଇନି ବରଂ ନୀଳଚକ୍ର ଆଗରେ ଫୋନି ଫୁସକି ଯାଇଛି । ନୀଳଚକ୍ରର କ୍ଷୟକ୍ଷତି ନେଇ ବିଭିନ୍ନ ସ୍ତରରୁ ଉଦବେଗ ପ୍ରକାଶ ପାଇବା ପରେ ନୀଳଚକ୍ରର ଅନୁଧ୍ୟାନ କରାଯାଇଥିଲା । ଡ୍ରୋନ ସାହାଯ୍ୟରେ ନୀଳଚକ୍ରର ଚର୍ତୁପାଶ୍ୱର୍ର ଫଟୋ ନିଆଯାଇଥିଲା । ଆଉ ସବୁ ଫଟୋକୁ ଭଲକି ଅନୁଧ୍ୟାନ ପରେ ଜଣାପଡିଥିଲା କି ନୀଳଚକ୍ର କିମ୍ବା ମୁଖ୍ୟ ମନ୍ଦିରରେ କୌଣସି କ୍ଷତି ହୋଇନି ବରଂ ସବୁ ସୁରକ୍ଷିତ ଅଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।

ଏହା ସହ ଫୋନିରେ ଭାଙ୍ଗି ଯାଇଥିବା ଜୟବିଜୟ ମୂର୍ତ୍ତୀକୁ ନୂଆ କରି ଲଗାଯିବ । ଆସନ୍ତା ୧୬ ତାରିଖରେ ନୂଆ ମୂର୍ତ୍ତୀ ଲାଗିବା ସହ ଖୁବ ଶୀଘ୍ର ଏହାକୁ ରଙ୍ଗ ଦିଆଯିବ ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ତେବେ ଫୋନି ବାତ୍ୟା ପରେ ଶ୍ରୀମନ୍ଦିର ଭିତରେ ଅନେକ କ୍ଷୟକ୍ଷତି ହୋଇଥିବା ବେଳେ କଳ୍ପବଟ ମଧ୍ୟ ଭାଙ୍ଗି ଯାଇଥିଲା । ଆଉ ନୀଳଚକ୍ରରେ ମଧ୍ୟ ବଡ କ୍ଷତି ହୋଇଥିବା ଅଭିଯୋଗ ହୋଇଥିଲା ମାତ୍ର ଏଏସଆଇ ଦ୍ୱାରା ଡ୍ରୋନ ସାହାଯ୍ୟରେ କରାଯାଇଥିବା ଅନୁଧ୍ୟାନ ପରେ ସତ ସାମ୍ନାକୁ ଆସିଛି କି ନୀଳଚକ୍ର ସୁରକ୍ଷିତ ଅଛି ।