ଆସନ୍ତା ବର୍ଷଠାରୁ ବଦଳିଯିବ ଡ୍ରାଇଭିଂ ଲାଇସେନ୍ସର ଚିତ୍ର । ସାରା ଦେଶରେ ଡିଏଲରେ ହେବ ବଡ ପରିବର୍ତନ

60

କନକ ବ୍ୟୁରୋ : ବର୍ତମାନ ସମୟରେ ସାରା ଦେଶରେ ଗାଡି ସଂଖ୍ୟା କ୍ରମାଗତ ଭାବରେ ବଢିବାରେ ଲାଗିଛି । ତେବେ ଦୃତ ଗାଡି ଚାଳନା ସହ ବିନା ଲାଇସେନ୍ସରେ ଗାଡି ଚାଳନା କରୁଥିବା ଚାଳକଙ୍କୁ ପୋଲିସ ଯାଚଂ କରିବା ସହ ସେମାନଙ୍କଠାରୁ ଜୋରିମାନା ମଧ୍ୟ ଆଦାୟ କରାଯାଉଛି । ସମସ୍ତ ଗାଡି ଚାଳକ ନିଜର ଗାଡି ଚାଳନାର ପ୍ରମାଣପତ୍ର କରିବା ବାଧ୍ୟତା ମୂଳକ ହୋଇଥିଲେ ମଧ୍ୟ ସେହି ନିୟମକୁ ଅନେକ ଲୋକ ମାନିବାକୁ ନାରାଜ । ତେଣୁ ସରକାର ଚିନ୍ତା କରିଛନ୍ତି ଯେ, ଏଣିକି ସାରା ଦେଶରେ ଗୋଟିଏ ପରି ଗାଡିଚାଳନାର ପ୍ରମାଣପତ୍ର କରାଯିବ । ଏପରିକି ଗୋଟିଏ ପ୍ରକାର ରଙ୍ଗ ଓ ଡିଜାଇନ ରହିବ ବୋଲି ସୂଚନା ମିଳିଛି । ବର୍ତମାନ ସମୟରେ ଯେଉଁ ଲାଇସେନ୍ସ ନୂଆ କରି କରାଯିବ ତାହା QR ଭଳି ରହିବ । ଏପରିକି ସୁରକ୍ଷା ବ୍ୟବସ୍ଥା ମଧ୍ୟ ସମାନ ରହିବ ବୋଲି ସୂଚନା ମିଳିଛି । ଏହାସହ ମାଇକ୍ରୋଚିପ ରହିବ ବୋଲି ମଧ୍ୟ ଜଣାପଡିଛି ।

 

ଏହା ମେଟ୍ରୋକାର୍ଡ ଓ ଏଟିଏମ କାର୍ଡ ଭଳି ରହିବ । ଯାହା ଦ୍ୱାରା ଲୋକମାନେ ଅତି ସହଜରେ ନିଜର ପ୍ରମାଣ ପତ୍ର ଗାଡି ଚାଳନା ସମୟରେ ନିଜ ସାଙ୍ଗରେ ନେଇ ଯାଇପାରିବେ ସହ ଯେଉଁମାନେ ଶାରୀରିକ ଭିନ୍ନକ୍ଷମ ସେମାନଙ୍କର ବିଷୟରେ ମଧ୍ୟ ଉଲ୍ଲେଖ ରହିବ । ପରିବହନ ମନ୍ତ୍ରଣାଳୟଠାରୁ ମିଳିଥିବା ସୂଚନା ଅନୁସାରେ ପ୍ରତ୍ୟେକ ଦିନ ୩୨ ହଜାର ଲାଇସେନ୍ସ ରିନ୍ୟୁ ହେଉଥିବା ବେଳେ ୪୩ ହଜାର ନୂଆ ଗାଡି ରେଜିଷ୍ଟର ଓ ରି ରେଜିଷ୍ଟ୍ରର ହେଉଛି । ତେବେ ବର୍ତମାନ ସମୟରେ ଯେଉଁମାନେ ନୂଆକରି ଆବେଦନ କରିବେ ସେମାନଙ୍କୁ ନୂଆ କରି ଲାଇସେନ୍ସ ଦିଆଯିବ ବୋଲି ସୂଚନା ମିଳିଛି ।