ଅଟୋ ଭିତରେ ଆଠଦିନର ଶିଶୁ

49

ରବିବାର ସଂଧ୍ୟାରେ ମୁମ୍ବାଇର ଘଟିଥିବା ଏକ ଅଦଭୁତ ଘଟଣାକୁ ନେଇ ଏବେ ଚର୍ଚ୍ଚା । ଜଣେ ଅଟୋ ଡ୍ରାଇଭର କପଡାରେ ଗୁଡାଇ ହୋଇଥିବା ଆଠ ଦିନର ଗୋଟେ ନିଷ୍ପାପ ଛୋଟ ଶିଶୁକୁ ନିଜ ରିକ୍ସାରୁ ପାଇଥିଲେ। ସେହି ଛୋଟ ଶିଶୁଟିକୁ ପ୍ରଥମେ ମାନିକପୁର ପୁଲିସ ଷ୍ଟେସନ ଏବଂ ତାପରେ ତାକୁ ଶତାବ୍ଦୀ ହସ୍ପିଟାଲକୁ ନେଇଥିଲେ। ଛଅ ମାସଭିତରେ ଭାସଇ ଷ୍ଟେସନର ଏହିଭଳି ଦ୍ୱିତୀୟ ଘଟଣା ଘଟିଛି। www.hindustantimes.com

ସୁନୀଲ ଭିଲ ନାମକ ଏହି ଅଟୋଚାଳକ ଜଣକ ତାଙ୍କ ବାପା ଏବଂ ମାଁଙ୍କୁ ନେବାପାଇଁ ଭାସଇ ଷ୍ଟେସନ ଯାଇଥିବାବେଳେ ସେଠାରୁ ଫେରି ଏହି ଛୋଟ ଶିଶୁଟିକୁ ତାଙ୍କର ଅଟୋର ସିଟରେ ଶୋଇଥିବା ଦେଖିବାକୁ ପାଇଥିଲେ । ଛୋଟ ଶିଶୁଟିକୁ ଅଟୋ ମଧ୍ୟରେ ଦେଖି ହଠାତ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କଣ କରିବେ ଭାବି ପାରିନଥିଲେ । nvs24.com

ତାପରେ ସେ ଏହି ଘଟଣା ବିଷୟରେ ସେଠାରେ ଥିବା କିଛି ଲୋକଙ୍କୁ ଅବଗତ କରାଇଥିଲେ ଏବଂ ସେମାନେ କହିଥିଲେ ଏହି ଛୋଟ ଶିଶୁଟିକୁ ହସ୍ପିଟାଲକୁ ନେଇ ଯିବା ପାଇଁ ଏବଂ ତାପରେ ତାକୁ ପୁଲିସ ଷ୍ଟେସନକୁ ନେଇ ଯାଇଥିଲେ । ଏବେ ଶିଶୁଟି ନଭି ମୁମ୍ବାଇର “ଅସଲ୍ୟା” ଚାଇଲ୍ଡ କେୟାର ସେଂଟରରେ ଅଛି ।

ମେ ମାସରେ ଏମିତି ଆଉ ଏକ ଘଟଣା ଆସିଥିଲା ସମ୍ନାକୁ , ଆଉ ଜଣେ ଅଟୋ ଡ୍ରାଇଭର ମନ୍ଦିରରୁ ଫେରିବା ସମୟରେ ତାଙ୍କ ଅଟୋ ମଧ୍ୟରୁ ଛୋଟ ଶିଶୁଟିକୁ ପାଇଥିଲେ। ଗତ ଏପ୍ରିଲ ମାସରେ ମଧ୍ୟ ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା। ମାତ୍ର ଦୁଇଦିନର ଶିଶୁକୁ ଜଣେ ସୁଇପର ଏକ ପରିତ୍ୟକ୍ତ ସ୍ଥାନରୁ ପାଇଥିଲେ । ସିସିଟିଭିର ଆଧାରରେ ପୁଲିସ ଏହିସବୁ ତଥ୍ୟର ଅନୁସନ୍ଧାନ ଜାରିରଖିଛି।

“ରଖେ ହରି ମାରେ କିଏ” ଉକ୍ତିର ଆଧାରରେ ଏହି ସବୁ ଶିଶୁ ଏମିତି ସବୁ ଶୈ÷ଶବରୁ ଉଦ୍ଧାର ପାଇ ପୁଣି ଏହି ଦୁନିଆରେ ବଂଚିବାର ପ୍ରୟାସ ଜାରି ରଖିଛନ୍ତି ।