ଖାଲି ପେଟରେ ଚା’ ପିଉଥିଲେ . . . . . .

51

ଚା’ ପିଇବା ଅନେକ ଲୋକଙ୍କ ଅଭ୍ୟାସ । କେତେକ ବ୍ୟକ୍ତି ଦିନର ଆରମ୍ଭ କରନ୍ତି ଗୋଟେ କପ୍ ଚା’ରୁ । କିନ୍ତୁ ଆପଣ ଜାଣନ୍ତି କି ଖାଲି ପେଟରେ ଚା’ ପିଇବା କ୍ଷତିକାରକ । ବିଶେଷ କରି ଖରାଦିନରେ ଖାଲି ପେଟରେ ଚା’ ପିଇବା ବହୁତ ବହୁତ କ୍ଷତିକାରକ ।

ଗ୍ୟାସ୍ ସମସ୍ୟା – ସକାଳେ ଖାଲି ପେଟରେ ଚା’ ପିଇଲେ ଶରୀର ଉପରେ ତା’ର କୁପ୍ରଭାବ ପଡେ । ଗ୍ୟାସ୍ ସମସ୍ୟା ବୃଦ୍ଧି ହୋଇ ହଜମ କ୍ରିୟାରେ ଅସୁବିଧା ହୁଏ ।

ମୋଟାପଣ – ଚା’ ପିଇବା ଦ୍ୱାରା ଏଥିରେ ଥିବା ଶର୍କରା ଶରୀର ମଧ୍ୟକୁ ଯାଇଥାଏ । ଯଦ୍ୱାରା ଓଜନ ବଡ଼ିବା ସହ ମୋଟାପଣ ସମସ୍ୟାର ସୃଷ୍ଟି ହୋଇଥାଏ ।

ଗଣ୍ଠିରେ କଷ୍ଟ – ଚା’ପିଇବା ଦ୍ୱାରା ହାଡ଼ରେ କଷ୍ଟ ଅନୁଭବ ହେବ ସହ ଦାନ୍ତ ମଧ୍ୟ ହଳଦିଆ ପଡିଯାଏ ।

ଅବସାଦ – ଚା’ରେ ଅଧିକ ମାତ୍ରାରେ କଫିନ୍ ଥାଏ । ଏହା ମସ୍ତିସ୍କକୁ ଉତ୍ତେଜିତ କରେ । ଖାଲି ପେଟରେ ଅଧିକ ଥର ଚା’ ପିିଇଲେ ଅବସାଦ ପରି ସମସ୍ୟା ହୋଇଥାଏ ।

ହୃଦସ୍ପନ୍ଦନ – ଖାଲି ପେଟରେ ଚା’ପିଇଲେ ହୃଦସ୍ପନ୍ଦନ ଜୋରରେ ହୋଇଥାଏ । ଯଦ୍ୱାରା ହୃଦରୋଗ ହେବାର ଆଶଙ୍କା ଥାଏ ।

ପେଟ ଘା’ – ଖାଲି ପେଟରେ ଚା’ପିଇବା ଦ୍ୱାରା ପେଟରେ ଘା’ ହୋଇଥାଏ ।

ଏହାସହ ପଢ଼ନ୍ତୁ –ଲାଉର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ . . . . . .