ସାବଧାନ ! ଛିଡା ହୋଇ ପିଇଲେ ହୃଦଘାତ ସମେତ ହୋଇଥାଏ ଅନ୍ୟାନ୍ୟ ରୋଗ, ଜାଣନ୍ତୁ କିପରି ପାଇବେ ମୁକ୍ତି ।

61

ସାଧାରଣତଃ ପ୍ରାୟ ସମୟରେ ଲୋକମାନେ ଛିଡା ହୋଇ ପାଣି ପିଇଥାନ୍ତି । ବ୍ୟସ୍ତ ବହୁଳ ଜୀବନରେ ସମୟ ଅଭାବରୁ ରାସ୍ତାରେ ଚାଲୁଥିବା ଅବସ୍ଥାରେ ଲୋକେ ପାଣି ପିଇଥାନ୍ତି ତ ଆଉ କେତେ ଜଣ ଛିଡାହୋଇ ପାଣି ପିଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଛିଡା ହୋଇ ପାଣି ପିଇବା ଦ୍ୱାରା ହୃଦଘାତ ସମେତ ଅନ୍ୟାନ୍ୟ ରୋଗ ହୋଇଥାଏ । ତେଣୁ ସର୍ବଦା ବସିକରି ପାଣି ପିଇବା ଉଚିତ । ବସିକି ପାଣି ପିଇବା ଦ୍ୱାରା ଏହାର ଫାଇଦା ଶରୀରର ପ୍ରତିଟି କୋଶିକା ତନ୍ତ୍ରକୁ ପହଞ୍ଚିଥାଏ ।

କୁପ୍ରଭାବ

• ଛିଡା ହୋଇ ପାଣି ପିିଇବା ଦ୍ୱାରା ପାଣି ଛାଣି ନହୋଇ ସିଧା କିଡନୀରେ ବାହାରିଯାଇଥାଏ । ଏହା ଫଳରେ କିଡନୀରେ ଇନଫେକ୍ସନ କିମ୍ବା କିଡନୀ ଖରାପ ହେବାର ସମ୍ଭାବନା ଥାଏ ।

• ଖାଦ୍ୟ ଠିକ ଭାବେ ହଜମ ହୋଇନଥାଏ । ଏହାଦ୍ୱାରା ଖାଦ୍ୟ କୋଲେଷ୍ଟରରେ ପରିଣତ ହୋଇଥାଏ ଯାହା ହାର୍ଟ ଜନିତ ରୋଗକୁ ବଢାଇଥାଏ ।

• ଶରୀରରେ ଲିକୁଇଡ୍ ପଦାର୍ଥର ବାଲାନ୍ସ ବିଗିଡିଯାଇଥାଏ । ଯାହା ଫଲରେ ଗଣ୍ଠି ଗୁଡିକରେ ତୈଳ ଲିକୁଇଡର ପରିମାଣ କମ ହେବାରେ ଲାଗିଥାଏ ଏବଂ ଆଣ୍ଠୁଗଣ୍ଠି ରୋଗ ବାହାରିଥାଏ ।

• ଶରୀରରେ ଦରକାରଠାରୁ ଅଧିକ ଏସିଡ ରିଫ୍ଲେକ୍ସନ ହୋଇଥାଏ ଫଳରେ ଆସିଡିଟି ଭଳି ଅସୁବିଧା ସମ୍ନାକୁ ଆସିଥାଏ ।

ଛିଡା ହୋଇ ପାଣି ପିଇବା ଦ୍ୱାରା ଏହିଭଳି ଅନେକ ରୋଗ ଶରୀର ଆକ୍ରାନ୍ତ ହୋଇଥାଏ । ତେଣୁ ଏହି ସବୁରୁ ମୁକ୍ତି ପାଇବା ପାଇଁ ସର୍ବଦା ବସିକରି ପାଣି ପିଇବା ନିତ୍ୟନ୍ତ ଆବଶ୍ୟକ ।