ଶହେ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

33

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଶହେ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ସଚିବାଳୟରେ ୨୬ଟି ଜିଲ୍ଲା ପାଇଁ ଶହେଟି ପାନୀୟ ଜଳ ଯୋଗଣା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ନବୀନ ପଟ୍ଟନାୟକ । ଏହି ଜଳ ଯୋଗାଣ ପ୍ରକଳ୍ପ ଦ୍ୱାର ୧୦୭ଟି ଗାଁର ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦିଆଯିବ । ତେବେ ୨୦୧୭, ମାର୍ଚ ସୁଦ୍ଧା ସବୁ ପଂଚାୟତରେ ପାଇପ୍ ପାଣିର ବ୍ୟବସ୍ଥା କରିବା ପାଇଁ ସରକାର ଲକ୍ଷ୍ୟ ରଖିଥିବା ଏହି ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତ ଆର୍ଥିକ ବର୍ଷରେ ୯ଶହ୫୪ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟକ୍ଷମ କରାଯିବ । ଏବେ ସୁଦ୍ଧା ୩୪୭ଟି ପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଇଛି ।