ମୁଣ୍ଡରେ ଗରା ନେଇ ବଣ୍ଡା ମହିଳାଙ୍କ ଜଳଯାତ୍ରା ! ବର୍ଷା ଦିନରେ ବି ପିଇବା ପାଣି ପାଇଁ ଚୁଆ ଭରସା

60

କନକ ବ୍ୟୁରୋ: ଦୁର୍ଗମ ଜଙ୍ଗଲରେ ମୁଣ୍ଡରେ ଗରା ନେଇ ବଣ୍ଡା ମହିଳାଙ୍କ ଜଳ ଯାତ୍ରା । ପାହାଡ଼ି ଜଙ୍ଗଲ ଭିତରେ ପିଇବା ପାଣି ପାଇଁ ସଂଘର୍ଷ କରୁଛନ୍ତି ଦୁର୍ଗମ ବଣ୍ଡା ଘାଟି ସ୍ଥିତ ତୁସେଇପଡା ଗାଁର ଆଦିମ ଜନଜାତି । ପାନୀୟ ଜଳ ଗରାଏ ପାଇଁ ଜଙ୍ଗଲ ଭିତରେ ଥିବା ଚୁଆ ଉପରେ ନିର୍ଭର କରୁଛନ୍ତି ଏହି ଜନଜାତି ।

ସ୍ୱାଧିନତାର ୭୦ ବର୍ଷ ପରେ ବି ଆଦିମ ଜନଜାତି ବଣ୍ଡା ଅଦିବାସୀଙ୍କୁ ଛୁଇଁପାରୁନି ବିକାଶ । ପାହାଡ଼ି ଝରଣାକୁ ନିଜର କରି ବଂଚୁଥିବା ଏହି ଆଦିମ ଜନଜାତି ବର୍ଷା ଦିନେ ଚୁଆ ପାଣିକୁ ପାନୀୟ ଜଳ ରୁପେ ବ୍ୟବହାର କରୁଛନ୍ତି । କେବଳ ଏତିକି ନୁହେଁ ଗାଧୁଆ ଠାରୁ ଆରମ୍ଭ କରି ରୋଷେଇ ଓ ପିଇବା ସବୁ ଚୁଆ ହିଁ ଭରସା ।

ସୂଚନା ମୁତାବକ, ବଣ୍ଡା ଘାଟିର ୮ ହଜାର ଲୋକଙ୍କ ପାଇଁ ରହିଛି ମାତ୍ର ୫୬ ଟି ନଳକୁପ । ମୋଟ ୩୨ଟି ଗାଁରୁ ୮ ଟି ଗାଁରେ ଆଦୌ ନଳକୁପ ନ ଥିବା ସରକାରୀ ରିପୋର୍ଟ ରୁ ଜଣା ପଡିଛି । ୧୭ ଟି ସୋଲାର ଓ ଝର ପାଣି ଯୋଗେ ଜଳ ଯୋଗାଣ ପ୍ରକଳ୍ପ ରହିଛି । ହେଲେ ସେଗୁଡିକର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁ ନାହିଁ । ତେବେ ରାସ୍ତା ଘାଟ ନ ଥିବାରୁ ପାନୀୟ ଜଳ ଯୋଗାଣରେ ଘୋର ଅସୁବିଧା ହୋଉଥିବା କହିଛନ୍ତି ଗ୍ରାମ୍ୟ ଉନ୍ନୟନ ଏବଂ ପାନୀୟ ଜଳ ଯୋଗାଣ ବିଭାଗର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –