ପାଣି ପାଇଁ ଭାଙ୍ଗିଲେ ଚୁଡି ! ବାହାରକୁ ଆସିଲା ଲୋକଙ୍କ ପୁଂଜିଭୁତ ଅସନ୍ତୋଷ

19

କନକ ବ୍ୟୁରୋ : ସାରା ରାଜ୍ୟରେ ପାଣି ପାଇଁ ହାହାକାର । ଅସହ୍ୟ ଗରମରେ ଡହଳବିକଳ ଲୋକଙ୍କ ପ୍ରତିବାଦର ଆଜି ଭିନ୍ନ ଏକ ଚିତ୍ର ଦେଖିବାକୁ ମିଳିଛି । ଝାରସୁଗୁଡା ବେଲପାହାଡରେ ଉତ୍ୟକ୍ତ ମହିଳାମାନେ ପୌରାଧ୍ୟକ୍ଷଙ୍କୁ ଘେରିବା ସହ ଚୁଡି ଭାଂଗିଛନ୍ତି । ସେପଟେ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି ସ୍ମାର୍ଟସିଟି ରାଉରକେଲାବାସୀ । ଏହାରି ଭିତରେ ଲୋକଙ୍କ ସମସ୍ୟା ବଢାଇଦେଇଛି ଅଘୋଷିତ ବିଜୁଳି କାଟ୍ । ରାଜ୍ୟର ବିଭିନ୍ନ ଅଂଚଳରୁ ଏଭଳି କିଛି ଦୃଶ୍ୟକୁ ନେଇ ଆମର ରିପୋର୍ଟ ଦେଖନ୍ତୁ ଏହି ଭିଡିଓରେ ।