ଆବଶ୍ୟକତା ଠାରୁ ଅଧିକ ପାଣି ପିଇଲେ କିଡନୀ ସମସ୍ୟା ଦେଖାଯିବା ସହ ବଢିଥାଏ ଓଜନ ! ବେଳ ଥାଉ ଥାଉ ସତର୍କ ରୁହନ୍ତୁ ।
ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଦିନକୁ ୮-୧୦ଗ୍ଲାସ ପାଣି ନିହାତି ପିଇବା ଆବଶ୍ୟକ । କିନ୍ତୁ ବେଳେ ବେଳେ ଅଧିକ ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିବା ପରିବର୍ତ୍ତେ ଅନେକ ଶାରୀରିକ ସମସ୍ୟା ଦେଖା ଯାଇଥାଏ । ଦିନକୁ ଦରକାରଠାରୁ ଅଧିକ ପାଣି ପିଇବା ଦ୍ୱାରା କିଡ୍ନୀକୁ ଦରକାରଠାରୁ ଅଧିକ କାମ କରିବାକୁ ପଡ଼ିଥାଏ । ଯାହା ଦ୍ୱାରା ଶରୀରରେ ଅନେକ ସମସ୍ୟା ଦେଖାଯାଇଥାଏ । ଆସନ୍ତୁ ଜାଣିବା ସେ ବିଷୟରେ
Kanak News is now on WhatsApp
Join and get latest news updates delivered to you via WhatsApp
୧. ଦରକାରଠାରୁ ଅଧିକ ପାଣି ପିଇବା ଦ୍ୱାରା ଶରୀରରେ ସୋଡିୟମର ମାତ୍ରା କମ ହେବାକୁ ଲାଗିଥାଏ । ଯାହାଦ୍ୱାରା ମସ୍ତିଷ୍କରେ ସମସ୍ୟା ଆସି ଯାଇଥାଏ । ଏହା ସହ ହାଇପୋଟ୍ରିମିୟା ହେବାର ଆଶଙ୍କା ମଧ୍ୟ ବଢ଼ି ଯାଇଥାଏ ।
୨. ଅଧିକ ପାଣି ପିଇଲେ ଓଭରହାଇଡ୍ରେସନର ସମସ୍ୟା ଦେଖା ଯାଇଥାଏ । ଏହାର ସିଧା ପ୍ରଭାବ କିଡ୍ନୀ ଉପରେ ପଡ଼ିଥାଏ । କିଡ୍ନୀ ଶରୀରରେ ପାଣିକୁ ଶୁଦ୍ଧ କରିବାର କାମ କରିଥାଏ । ଅଧିକ ପାଣି ପିଇବା ଦ୍ୱାରା କିଡ୍ନୀ ପାଣିକୁ ଶରୀରରୁ ବାହାର କରି ପାରି ନଥାଏ, ଯାହାଦ୍ୱାରା କିଡ୍ନୀ ଉପରେ ଚାପ ପଡ଼ିବା ଆରମ୍ଭ ହୋଇ ଯାଇଥାଏ ।
୩. ଅଧିକ ପାଣି ପିଇବା ଦ୍ୱାରା ରକ୍ତର ଘନତ୍ୱ ବଢ଼ିଥାଏ । ଏହାଦ୍ୱାରା ହୃଦ୍ଜନିତ ସମସ୍ୟା ହେବାର ଆଶଙ୍କା ବଢ଼ି ଯାଇଥାଏ ।
୪. ଦରକାରଠାରୁ ଅଧିକ ପାଣି ପିଇବା ଦ୍ୱାରା ଖାଦ୍ୟ ହଜମ ହେବା ପରିବର୍ତ୍ତେ ବଦ୍ହଜମିର ସମସ୍ୟା ଆରମ୍ଭ ହୋଇ ଯାଇଥାଏ । ଅଧିକ ପାଣି ପିଇଲେ ପାଚନ ରସ ଠିକ୍ ଭାବରେ କାମ କରିବା ବନ୍ଦ କରି ଦେଇଥାଏ ।