ସାବଧାନ, ରାତିରେ ଶୋଇବା ପୂର୍ବରୁ କରନ୍ତୁ ନାହିଁ ଏହି କାମ ! ସମସ୍ୟାରେ ପଡିପାରନ୍ତି

58

ଆମ ଶରୀରକୁ ଭଲ ରଖିବା ପାଇଁ ଦୈନଦିନ ଜୀବନରେ ଆମେ ବିଭିନ୍ନ ଉପାୟ ଅବଲମ୍ବନ କରିଥାଉ । ଅନେକ ସମୟରେ ଆମେ ଦେଖିଥାଉ ଯେ ଲୋକମାନେ ଶୋଇବା ପୂର୍ବରୁ ବେଶି ପାଣି ପିଇଥାନ୍ତି । ସେଥିପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଥାଏ । ଏହାରେ ଦିଆଯାଇଛି, ବେଶି ପାଣି ପିଇଲେ ଶରୀରକୁ କ’ଣ ପ୍ରଭାବ ପକେଇଥାଏ ।

ନିଦ ଖରାପ ହୁଏ –
ରାତିରେ ଅଧିକ ପାଣି ପିଇବା ଦ୍ୱାରା ବାରମ୍ବାର ୱାସରୁମ ଯିବାକୁ ପଡିଥାଏ । ଫଳରେ ବାରମ୍ବାର ଉଠିବା ଦ୍ୱାରା ନିଦରେ ବ୍ୟାଘାତ ଘଟେ । ଥରେ ନିଦ ଭାଂଗିଲେ ପୁଣି ନିଦ ଯିବା ସହଜ ହୋଇନଥାଏ ।

କିଡନୀ ଉପରେ ଖରାପ ପ୍ରବାଭ ପକାଏ-
ଶୋଇବା ପୂର୍ବରୁ ବେଶି ପାଣି ପିଇବା ଦ୍ୱାରା କିଡିନୀ ଉପରେ ନକରାତ୍ମକ ପ୍ରଭାବ ପକେଇ ଥାଏ । କାରଣ ଏହି ସମୟରେ ଶରୀର ସକ୍ରିୟ ନଥାଏ । ସେଥିପାଇର୍ ବେଶି ପାଣି ପିଇବା ଠିକ୍ ନୁହେଁ । ଏହା ଶରୀରକୁ ପ୍ରଭାବିତ କରିଥାଏ ।

ମୂତ୍ରାଶୟରେ ପ୍ରଭାବ ପକେଇ ଥାଏ –
ଦିନବେବଳେ ଆମେ ସବୁବେଳେ କିଛି ନା କିଛି କାମ କରିଥାଉ କିନ୍ତୁ ରାତିରେ ଆମେ ସେତିକି କାମ କରିନଥାଉ । ସେଥିପାଇଁ ଶୋଇବା ପୂର୍ବରୁ ବେଶି ପାଣି ପିଇବା ଉଚିତ୍ ନୁହେଁ ,କାରଣ ଆପଣ ବାରମ୍ବାର ପରିସ୍ରା ଯିବା ଦ୍ୱାରା ଆପଣଙ୍କ ମୂତ୍ରାଶୟରେ ଖରାପ ପ୍ରଭାବ ପଡିବ । ସେଥିପାଇଁ ରାତିରେ ବେଣି ପାଣି ପିଅନ୍ତୁ ନାହିଁ ।

ସୋଡୟମ୍ ସ୍ତର କମିଯିବ –
ଶୋଇବା ପୂର୍ବରୁ ଯଦି ବେଶି ପାଣି ପିଅନ୍ତି ତ ଏହା ଶରୀରର ସୋଡିୟମ୍ ସ୍ତରକୁ କମାଇ ଦେଇପାରେ । ଯାହା ଫଳରେ ମସ୍ତିଷ୍କର ନର୍ଭସ ସିଷ୍ଟମ ଖରାପ ହେବାର ସମ୍ଭାବନା ଥାଏ ।

( ସୌଜନ୍ୟ- ଅମର ଉଜାଲା)