ତମ୍ବା ପାତ୍ରରେ ରହିଛି ଅନେକ ଉପକାରୀ ଗୁଣ : ଏନିମିୟା ଠାରୁ ଆରମ୍ଭ କରି କ୍ୟାନସର ପର୍ଯ୍ୟନ୍ତ ସବୁ ସମସ୍ୟାକୁ କରେ ଦୂର

ଏହା ହୃଦୟକୁ ସୁସ୍ଥ ରଖିବାରେ ସାହାୟକ ହୁଏ

307

ଆପଣ ଭାବୁଥିବେ ବାସନ ତ ବାସନ ସିଏ ପୁଣି ତମ୍ବା ବାସନ କ’ଣ ପାଇଁ । କିନ୍ତୁ ଥରେ ମାତ୍ର ମନେ ପକାନ୍ତୁ ଆପଣ କେବେ ନା କେବେ ଶୁଣିଥିବେ ଯେ ମାଟି ପାତ୍ର ଆଦିରେ ଖାଇବା ଏବଂ ଜଳ ପିଇବା ଦ୍ୱାରା ଶରୀରରୁ କେତେକ ରୋଗ ଦୂର ହୋଇଯାଇଥାଏ । ଠିକ ସେହିଭଳି ହେଉଛି ତମ୍ବା ବାସନ । ତମ୍ବା ବାସନରେ ମାଟି ପାତ୍ର ଭଳି ଖୁବ ସାରା ଉପକାରୀ ଗୁଣ ରହିଛି । ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭକାରୀ ।

ରାତିରେ ଏକ ତମ୍ବା ପାତ୍ରରେ ପାଣି ଭରି ରଖି ସକାଳେ ଏହି ପାଣି ପିଇବାକୁ ଅନେକ ପରାମର୍ଶ ଦେବାର ଶୁଣିଥିବେ । କିନ୍ତୁ କ’ଣ ଆପଣ ଜାଣନ୍ତି କି, ଏହି ପରାମର୍ଶ ପଛରେ କ’ଣ ରହିଛି କାରଣ? ଆସନ୍ତୁ ଜାଣିବା..

• ତମ୍ବା ପାତ୍ରର ପାଣି ପିଇବା ଦ୍ୱାରା ପାଚନ କ୍ରିୟା ସଠିକ୍ ଭାବରେ ହୋଇଥାଏ ।

• ଏହା ହୃଦୟକୁ ସୁସ୍ଥ ରଖିବାରେ ସାହାୟକ ହୁଏ ।

• ରକ୍ତଚାପକୁ ନିୟନ୍ତ୍ରିତ ରଖିବା ସହ ରକ୍ତରେ କୋଲେଷ୍ଟେରୋଲର ମାତ୍ରା ମଧ୍ୟ କମ୍ କରେ ।

• ତମ୍ବା ପାତ୍ରରେ ଥିବା ପାଣି ପିଇବା ଦ୍ୱାରା ହୃଦଘାତ ଜନିତ ଆଶଙ୍କା କମ୍ ଥାଏ ।

• ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

• ମୋଟାପଣ କମ୍ କରିବାରେ ମଧ୍ୟ ସାହାଯ୍ୟ କରେ ।

• ଏହା ଦ୍ୱାରା ଏନିମିୟା ରୋଗରୁ ମଧ୍ୟ ଉପଶମ ମିଳିଥାଏ ।

• ଏକ ଅଧ୍ୟୟନରୁ ଜଣାପଡିଛି ଯେ, ତମ୍ବାରେ କର୍କଟ ରୋଗ ନିରୋଧୀ ତତ୍ୱ ରହିଛି । ତେଣୁ ତମ୍ବା ପାତ୍ରରେ ଥିବା ପାଣି ପିଇବା ଦ୍ୱାରା କର୍କଟ ରୋଗକୁ ଆରମ୍ଭରୁ ରୋକାଯାଇପାରିବ ।

• ନିୟମତି ତମ୍ବା ପାତ୍ର ପାଣି ପିଇବା ଦ୍ୱାରା ଶରୀରର ପୀଡା, ଆଣ୍ଠୁଗଣ୍ଠି ବିନ୍ଧା ଓ ଫୁଲା ରୋଗ ହୋଇନଥାଏ ।