ପୂରଣ ହେଲା ଦୀପିକାଙ୍କ ଇଚ୍ଛା : ଫିଲ୍ମ ‘ପଦ୍ମାବତୀ’ରେ ଶାହିଦଙ୍କ ସହ କଲେ ଅଭିନୟ

27

captureସଂଜୟ ଲୀଳା ଭଂସାଲୀଙ୍କ ଅପକମିଙ୍ଗ ଫିଲ୍ମ ‘ପଦ୍ମାବତୀ’ର ସୁଟିଂ ଶେଷରେ ନଭେମ୍ବର ୧ରେ ଆରମ୍ଭ ହୋଇଯାଇଛି । ଫିଲ୍ମର ସୁଟିଂ ଆରମ୍ଭ ପୂର୍ବରୁ ଏହାର ଦୁଇ ଅଭିନେତା ରଣବୀର ସିଂହ ଓ ଶାହିଦ କପୁରଙ୍କ ମଧ୍ୟରେ ମତାନ୍ତର ଖବର ଖୁବ୍ ଚର୍ଚ୍ଚାରେ ଥିଲା । କିନ୍ତୁ ଏହି ଫିଲ୍ମରେ ପଦ୍ମାବତୀର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ଦୁଇହାତରେ ଯେମିତି ଲଡୁ ଥିବା ଭଳି । ବଲିଉଡର ଏହି ଦୁଇ ହଟ୍ ଅଭିନେତାଙ୍କ ସହ ଦୀପିକା ନଜର ଆସୁଛନ୍ତି ଫିଲ୍ମ‘ପଦ୍ମାବତୀ’ ରେ । ଏଥିପାଇଁ ଦୀପିକା ଖୁବ୍ ଖୁସି ।

କଥା ଏୟାଯେ ,ରଣବୀର ସିଂହ ତ ଦୀପିକାଙ୍କ ଅଲଟାଇମ୍ ଫେଭରାଇଟ ରିଲ୍ ପାର୍ଟନର ହୋଇସାରିଛନ୍ତି । କିନ୍ତୁ ଶାହିଦଙ୍କ ସହ ଯୋଡି ବନାଇବାର ଇଚ୍ଛା ଦୀପିକାଙ୍କର ଥିଲା । ଏକ ସାକ୍ଷାତକାରରେ ପଚରାଯାଇଥିବା ପ୍ରଶ୍ନର ଉତରରେ ଦୀପିକା କହିଥିଲେ ସେ ଶାହିଦଙ୍କ ସହ କାମ କରିବାକୁ ଚାହୁଁଛନ୍ତି ।

ସଂଜୟ ଲୀଳା ଭଂସାଲୀଙ୍କ ‘ପଦ୍ମାବତୀ’ରେ ଶାହିଦ ଦୀପିକାଙ୍କ ପତିଙ୍କ ଚରିତ୍ରରେ ନଜର ଆସୁଛନ୍ତି । ଆଉ ଏହା ସହ ଦୀପିକାଙ୍କ ଇଚ୍ଛାପୂରଣ ହୋଇଛି ।