ଗଞ୍ଜାମରେ ପୁଣି ଏନକାଉଣ୍ଟର : ପୋଲିସ ସହ ସଂଘର୍ଷ ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ଆହତ, ଡାହାଣ ଗୋଡରେ ବାଜିଛି ଗୁଳି

ଅପରାଧୀ ନାଁରେ ୧୦ରୁ ଅଧିକ ମାମଲା

113

କନକ ବ୍ୟୁରୋ: ଗଂଜାମରେ ପୁଣିଥରେ ଏନକାଉଂଟର । ଆଜି ଭୋର୍ ସାଢ଼େ ୪ଟା ସମୟରେ ଖଲିକୋଟ୍ ଥାନା ଗୁଡ଼ିଢ଼େପ ନିକଟରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ କୁମାର ମାଛୁଆ ଓରଫ୍ ମଣି ଗୁରୁତର ଭାବେ ଆହତ ହୋଇଛି । ମଣିର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି । ଆହତ ମଣିର ଘର ନୟାଗଡ଼ ଜିଲ୍ଲା ରଣପୁରରେ ଓ ତା ନାଁରେ ଖୋର୍ଦ୍ଧା, ନୟାଗଡ଼ ଓ ଗଂଜାମ ଜିଲ୍ଲାର ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି ।

 

ନିକଟରେ ଖଲିକୋଟ୍ ବଡ଼ଘାଟିରେ ହୋଇଥିବା ଡକାଏତି ଘଟଣାରେ ମଣି ସଂପୃକ୍ତ ଥିଲା । ଆହତ ମଣିକୁ ପ୍ରଥମେ ଖଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଏମକେସିଜି ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ମଣି ନିକଟରୁ ଗୋଟିଏ ପିସ୍ତଲ, ୩ଟି ଗୁଳି ଓ ଗୋଟିଏ ବାଇକ୍ ଜବତ ହୋଇଛି । ଏହା ହେଉଛି ଗଂଜାମ ପୁଲିସର ୫୭ତମ ଏନକାଉଂଟର ଓ ମଣି ୬୦ତମ ଶିକାର ।