ଡିଆରଡିଓରେ ଚାକିରୀ ପାଇଁ ବାହାରିଯାଇଛି ବିଜ୍ଞପ୍ତି ! ଏଭଳି ଉପାୟରେ କରନ୍ତୁ ଆବେଦନ ।

48

ଏୟାରୋନେଟିକାଲ୍ ଡେଭଲପମେଣ୍ଟ ଏଜେନ୍ସି (ଏଡିଏ) ତରଫରୁ ବୈଜ୍ଞାନିକ ଏବଂ ଇଜିଂନିୟରର ବିଭିନ୍ନ ପଦବୀରେ ଡିଜାଇନ୍ ଡେଭଲପମେଣ୍ଟ,ଟେଷ୍ଟିଙ୍ଗ୍ ଏବଂ ଇଭେଲ୍ୟୁସନ୍ ଅଫ୍ ଭାରିଅସ୍ ସିଷ୍ଟମ/ସବ୍-ସିଷ୍ଟମ ଏବଂ ପ୍ରୋଜେକ୍ଟ ମ୍ୟାନେଜର ପାଇଁ ବିଜ୍ଞପ୍ତି ବାହାରି ଯାଇଛି । ଏଡିଏ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ବିଭାଗ (ଡିଆରଡିଓ) ର ୱେବସାଇଟରୁ ଆପଣ ଏହି ବିଜ୍ଞପ୍ତି ବିଷୟରେ ଅଧିକ ତଥ୍ୟ ପାଇପାରିବେ । ତେବେ ଏଡିଏ ୱେବସାଇଟରେ ଆବେଦନ ଜମା କରିବାର ଅନ୍ତିମ ତାରିଖ ହେଉଛି ସେପ୍ଟେମ୍ବର ୩୦,୨୦୧୮ ।

ଜାଣନ୍ତୁ କିଭଳି କରିବେ ଆବେଦନ :

1. ଆପ୍ଲିକେସନ୍ ଫର୍ମକୁ ଅନଲାଇନ୍ ପଇଠ କରିବା ପାଇଁ ଏଡିଏର ଅଫିସିଆଲ୍ ୱେବସାଇଟ୍ www.ada.gov.in ଲଗଇନ୍ କରନ୍ତୁ ।

2.ୱେବସାଇଟରେ ରିକ୍ୟୁରମେଣ୍ଟକୁ ଯାଇ Adv 110 (SC/Engineer) କୁ ଯାଆନ୍ତୁ ଏଥିରେ Application ନାମକ ଏକ ଅପସନ୍ ଆସିବ । ଏହା ଉପରେ କ୍ଲିକ୍ କରନ୍ତୁ ।

3. ଏହି ଲିଙ୍କରେ ଆପଣଙ୍କୁ ରେଜିଷ୍ଟ୍ରେସନ୍ କରିବାକୁ ପଡିବ । ଏହାପରେ ରେଜିଷ୍ଟ୍ରେସନ୍ ସମୟ ଯେଉଁ ମୋବାଇଲ୍ ନମ୍ବର ଆପଣ ଦେବେ ସେଥିରେ ଆପଣଙ୍କୁ ଲଗଇନ୍ ଆଇଡି ଏବଂ ମେସେଜ୍ ଆସିବ ।

4. ଲଗଇନ୍ ଆଇଡିର ବ୍ୟବହାର କରି ଆପଣ ଲଗଇନ୍ କରନ୍ତୁ ଏବଂ ଅନଲାଇନ୍ ଆପ୍ଲିକେସନ୍ ଫର୍ମ ପୂରଣ କରନ୍ତୁ ।