ପରବର୍ତି ରାଷ୍ଟ୍ରପତି ପଦ ଲାଗି ଏନଡିଏ କାହାକୁ କରିବ ପ୍ରାର୍ଥୀ? ଓଡିଶାର ଦ୍ରୈାପଦୀ ମୁର୍ମୁଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା

42

କନକ ବ୍ୟୁରୋ : ଓଡିଆ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚା । ଦେଶର ପରବର୍ତୀ ରାଷ୍ଟ୍ରପତି ହୋଇପାରନ୍ତି ଝାଡଖଣ୍ଡର ଏହି ରାଜ୍ୟପାଳ । ବଡ ବଡ ନ୍ୟୁଜ୍ ସଂସ୍ଥା, ନ୍ୟୁଜ୍ ପୋର୍ଟାଲ୍ ଏନେଇ ରିପୋର୍ଟ ପ୍ରକାଶ କରିଛନ୍ତି ।

ଦେଶର ଏହି ଟପ୍ ପୋଷ୍ଟ ପାଇଁ ଆଡଭାନୀ, ମୁରଲୀ ମନୋହର ଯୋଶୀ, ସୁମିତ୍ରା ମହାଜନ ଏବଂ ସୁଷମା ସ୍ୱରାଜଙ୍କ ନାଁ ଶୁଣାଯାଉଥିବା ବେଳେ ସମସ୍ତଙ୍କୁ ଚକିତ କରି ବିଜେପି , ଦ୍ରୌପଦୀ ମୁର୍ମୁଙ୍କ ନାଁ ସାମ୍ନାକୁ ଆଣିପାରେ ବୋଲି ଚର୍ଚା ହେଉଛି ।