ଦ୍ରୌପଦୀ ମୁର୍ମୁ ହେବେ ପରବର୍ତ୍ତୀ ରାଷ୍ଟ୍ରପତି! ଜାଣନ୍ତୁ ତାଙ୍କ ବାବଦରେ କିଛି ତଥ୍ୟ

202

ଆସନ୍ତା ମାସରେ ହେବ ରାଷ୍ଟ୍ରପତି ନିର୍ବାଚନ । କିଏ ଦେଶର ପ୍ରଥମ ନାଗରିକ ହେବେ ସେନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଅନେକ ନାଁକୁ ନେଇ ରାଜନୈତିକ ମହଲରେ ସମୀକ୍ଷା ଚାଲିଛି । ବିଜେପିର ବରିଷ୍ଠ ନେତ୍ରୀ ନଜମା ହେପତୁଲ୍ଲା, ମହାତ୍ମାଗାନ୍ଧୀଙ୍କ ନାତି ରାଜମୋହନ ଗାନ୍ଧୀଙ୍କ ଭଳି ବ୍ୟକ୍ତିଙ୍କ ନାଁ ନେଇ ବିଜେପି କ୍ୟାମ୍ପରେ ଚର୍ଚ୍ଚା ଚାଲିଛି । ତେବେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଝାଡଖଣ୍ଡ ରାଜ୍ୟପାଳ ତଥା ଓଡିଶା ବିଜେପି ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଦଳୀୟ ପ୍ରାର୍ଥୀ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନସ୍ଥ କରିସାରିଲେଣି ।

ଦ୍ରୌପଦୀ ମୁର୍ମୁଙ୍କ ବାବଦରେ ୧୦ଟି କଥା ଉପରେ ନଜର ପକାନ୍ତୁ, ଯିଏ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପୂର୍ବ ଭାରତରେ କିଛି ରାଜ୍ୟକୁ ଛାଡିଦେଲେ ହୁଏତ ବହୁତ କମ ବ୍ୟକ୍ତି ଦ୍ରୌପଦୀ ମୁର୍ମୁଙ୍କ ବାବଦରେ ଅବଗତ ଥିବେ ।

 – ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବରେ ଗତବର୍ଷ ମେ ମାସରେ ଶପଥ ଗ୍ରହଣ କରିଥିଲେ ଦ୍ରୌପଦୀ 13ମୁର୍ମୁ । ଦେଶର ପ୍ରଥମ ଆଦିବାସୀ ଭାବେ ସେ କୌଣସି ରାଜ୍ୟର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

 – ମୟୁରଭଂଜ ଜିଲ୍ଲା କୁସୁମି ବ୍ଲକ୍ ଉପରବେଡା ଗାଁର ଗୋଟିଏ ସାନ୍ତାଳ ପରିବାରରୁ ସେ ଆସିଛନ୍ତି । କଳାରେ ସ୍ନାତକତ୍ତୋର ହାସଲ କରିଥିବା ଦ୍ରୌପଦୀ ମୁର୍ମୁ ରାଜନୀତିକୁ ଆସିବା ଆଗରୁ ଜଣେ ଶିକ୍ଷୟତ୍ରୀ ଓ ସରକାରୀ କିରାଣୀ ଭାବେ କାର୍ଯ୍ୟ କରୁଥିଲେ ।

 – ମୟୁରଭଂଜ ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ ବିଜେପି ଟିକେଟରେ ଦୁଇଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜେଡି-ବିଜେପି ମେଂଟ ସରକାରର ପ୍ରଥମ ପାଳିରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ୨୦୦୭ରେ ଓଡିଶା ବିଧାନସଭାରେ ତାଙ୍କୁ ଶ୍ରେଷ୍ଠ ବିଧାୟିକା ଭାବେ ନୀଳକଣ୍ଠ ସମ୍ମାନ ପ୍ରଦାନ କରାଯାଇଥିଲା ।

 – ବ୍ୟକ୍ତିଗତ ଜୀବନରେ ଅନେକ ଆହ୍ୱାନକୁ ସେ ସାମ୍ନା କରିଛନ୍ତି । ନିଜ ଦୁଇ ପୁଅ ଓ ସ୍ୱାମୀଙ୍କୁ ହରାଇଛନ୍ତି ଦ୍ରୌପଦୀ । ତାଙ୍କର ଏକମାତ୍ର ଝିଅ ବିବାହିତ । ଭଗବାନଙ୍କ ଦୟାରୁ ସମସ୍ତ ସ୍ଥିତିକୁ ସଫଳତାର ସହ ମୁକାବିଲା କରି ଲୋକଙ୍କ ସେବା ପରିପାରୁଛି ବୋଲି ରାଜ୍ୟପାଳ ଭାବେ ଦାୟିତ୍ୱ ନେବାପରେ ସେ କହିଥିଲେ ।

 14– ଗଣମାଧ୍ୟମରୁ ନିଜକୁ ଯଥାସମ୍ଭବ ଦୂରେଇ ରଖି ଆଦିବାସୀଙ୍କ ମଧ୍ୟରେ ବିଜେପିର ଗ୍ରହଣୀୟତା ବଢାଇବା ଓ ଦଳକୁ ମଜଭୁତ କରିବାକୁ ସବୁବେଳେ ଉଦ୍ୟମ କରି ଆସୁଛନ୍ତି ଦ୍ରୌପଦୀ ମୁର୍ମୁ ।

 – ଯଦି ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି, ତେବେ ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଏହା ବିଶେଷ ଭାବେ ପ୍ରଭାବିତ କରିବ । ଆଦିବାସୀ ବହୁଳ ରାଜ୍ୟ ମାନଙ୍କରେ ବିଜେପି ସଫଳତା ହାସଲ କରିବାକୁ ଏହା ବେଶ ସହାୟକ ହେବ ।

ଦ୍ରୌପଦୀ ମୁର୍ମୁଙ୍କ ଜିଲ୍ଲା ମୟୁରଭଂଜ, ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ସୀମାକୁ ଲାଗିଛି । ଏସବୁ ରାଜ୍ୟରେ ଆଦିବାସୀ ଭୋଟ୍ ହାତେଇବାରେ ବିଜେପି ସମର୍ଥ ହୋଇପାରିବ । ଖାଲି ଏତିକି ନୁହେଁ, ଛତିଶଗଡ ଓ ମହାରାଷ୍ଟ୍ରରେ ମଧ୍ୟ ବିଜେପିର ସ୍ଥିତି ଦୃଢ ହୋଇପାରିବ ।

 – ଦ୍ରୌପଦୀ ମୁର୍ମୁଙ୍କୁ ଯଦି ବିଜେପି ପ୍ରାର୍ଥୀ ଭାବେ ଘୋଷଣା କରେ ତେବେ ବିରୋଧୀ ଦଳର ଏକତା ଉପରେ ଏହାର ବଡ ପ୍ରଭାବ ରହିବ । ଅନେକ ରାଜନୈତିକ ଦଳ ତାଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବାକୁ ବାଧ୍ୟ ହେବେ । ଦ୍ରୌପଦୀ ମୁର୍ମୁଙ୍କୁ ବିରୋଧ କରି କେହି ନିଜକୁ ଆଦିବାସୀଙ୍କ ବିରୋଧୀ ବୋଲି ବାର୍ତ୍ତା ଦେବାକୁ ଚାହିଁବେନି । ଏପରିକି ବିଜୁ ଜନତା ଦଳ ନିଜ ରାଜ୍ୟର ଜଣେ ବ୍ୟକ୍ତିଙ୍କୁ ବିରୋଧ କରିବାକୁ ନିଷ୍ପତି ନେଇପାରିବ ନାହିଁ ।

 – ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରାଇ ଆଗାମୀ ଦିନରେ ଓଡିଶାରେ ସତ୍ତା ହାସଲ କରିବାକୁ ବିଜେପି12 ଗୋଟିଚାଳନା କରିବାକୁ ଚାହିଁବ ।

 – ଜଣେ ଆଦିବାସୀଙ୍କୁ ରାଷ୍ଟ୍ରପତି କରାଇ ମୋଦି ନିଜର ନୂଆ ରଣନୀତି ଅର୍ଥାତ୍ ଗରୀବ ଓ ଆଦିବାସୀଙ୍କ ପାଇଁ ତାଙ୍କ ସରକାର ସବୁବେଳେ ସମ୍ବେଦନଶୀଳ ବୋଲି ବାର୍ତ୍ତା ଦେବାକୁ ଚାହିଁବେ । ଏହା ଫଳରେ ଗରିବ ଓ ଆଦିବାସୀ ଭୋଟ୍ ବିଜେପି ପଟକୁ ଆସିବାର ସମ୍ଭାବନା ସୃଷ୍ଟି ହେବ ।

– ଯଦି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି, ତେବେ ଭି. ଭି. ଗିରିଙ୍କ ପରେ ସେ ଓଡିଶାରୁ ଦ୍ୱିତୀୟ ରାଷ୍ଟ୍ରପତି ହେବ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମୋଦି ଦଳିତ କାର୍ଡ ଖେଳିବାକୁ ନିଷ୍ପତି ନେଇସାରିଛନ୍ତି । ଦୁଇ ଦଶନ୍ଧିରୁ ଅଧିକ ବର୍ଷ ଧରି ରାଜନୈତିକ ଅଭିଜ୍ଞତା ରଖିଥିବା ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଥମ ଆଦିବାସୀ ଭାବେ ଦେଶର ରାଷ୍ଟ୍ରପତି କରାଇ ମୋଦି ଏହି ବର୍ଗର ଲୋକଙ୍କ ବିଶ୍ୱାସ ଜିତିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି ।

୧୯୯୭ରୁ ଆରମ୍ଭ ହୋଇଥିଲା ଦ୍ରୌପଦୀ ମୁର୍ମୁଙ୍କ ରାଜନୈତିକ କ୍ୟାରିୟର, ଯେତେବେଳେ ସେ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ଆଉ ଏହାର ତିନି ବର୍ଷ ପରେ ବିଜେପି ଟିକେଟରୁ ସେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ ପର୍ଯ୍ୟନ୍ତ ସେ ବିଜେପି ଏସଟି ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ । ୨୦୦୨ ରୁ ୨୦୦୯ ଯାଏଁ ସେ ମୟୁରଭଂଜ ଜିଲ୍ଲା ବିଜେପି ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

murmu-୨୦୧୩ରେ ତାଙ୍କୁ ପୁଣି ଏହି ଦାୟିତ୍ୱ ମିଳିଥିଲା । ରାଜ୍ୟପାଳ ଭାବେ ଦାୟିତ୍ୱ ମିଳିବା ପରେ ସେ ଏଥିରୁ ଓହରିଥିଲେ । ୨୦୧୫ରେ ଯେତେବେଳେ ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣକଲେ ସେତେବେଳେ ମୋଦି ଗୋଟିଏ ତୀରରେ ଦୁଇଟି ଶିକାର କରିଥିଲେ । ଅଣ ଆଦିବାସୀ ନେତା ରଘୁବର ଦାସଙ୍କୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ କରି ଆଦିବାସୀ ନେତାଙ୍କ ବିରୋଧର ଶିକାର ହୋଇଥିଲେ ।

ହେଲେ ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ କରି ଏହି ଅସନ୍ତୁଷ୍ଠ ଗୋଷ୍ଠୀଙ୍କୁ ମନାଇବାରେ ମୋଦି ସଫଳ ହୋଇଥିଲେ । ତେଣୁ ୨୦୧୯ ଆଗରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଇସିନା ହିଲ୍ ପଠାଇ ନରେନ୍ଦ୍ର ମୋଦି ଆଉ ଏକ ରାଜନୈତିକ ଗୋଟି ଚାଳନା କରିବାର ଯଥେଷ୍ଟ ସମ୍ଭାବନା ରହୁଛି ।