ପୁରୀ ଶରଧାବାଲିରେ ଲହଡି ମାରିଲା ନାଳପାଣି

37

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଆସନ୍ତାକାଲି ବାହୁଡା ଯାତ୍ରା । ସାନ୍ଧ୍ୟଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗିରହିଛି । ଏପରି ସମୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଶରଧାବାଲିରେ ନାଳ ପାଣି ଲହଡି ମାରୁଛି । ଏହି ଦୃଶ୍ୟ ପ୍ରଶାସନର ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ସାନ୍ଧ୍ୟଦର୍ଶନ ଓ ବାହୁଡା ପାଇଁ ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା କୁହାଯାଉଛି । ଶରଧାବାଲିରେ ନାଳ ପାଣି ଜମା ହୋଇଥିବା ବେଳେ ସେଇବାଟ ଦେଇ ଯିବା ଆସିବା କରିବାକୁ ଭକ୍ତମାନେ ଅମଙ୍ଗ ହେଉଛନ୍ତି । ଜମା ହୋଇଥିବା ଦୂଷିତ ପାଣି ପ୍ରଭୁଙ୍କ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଶ୍ୱସ୍ତିକର ଭାବ ସୃଷ୍ଟି କରୁଛି ।