ଶ୍ରୀମନ୍ଦିର ସମ୍ମୁଖରେ ନାଳ ପାଣିର ସୁଅ ! ଶ୍ରଦ୍ଧାଳୁ ଧୋଇଲେ ନର୍ଦ୍ଦମା ପାଣିରେ ପାଦ

26

କନକ ବ୍ୟୁରୋ : ଜଗାକୁ ଦର୍ଶନ କରିବା ପୂର୍ବରୁ ନାଳ ପାଣି ମାଡିଲେ ଭକ୍ତ । ପୁରୀ ବଡଦାଣ୍ଡରେ ବୋହିଲା ପୁଣି ଗନ୍ଧମୟ ନଳା ପାଣି । ଶ୍ରୀମନ୍ଦିର ସମ୍ମୁଖରେ ଆଜି ଦୀର୍ଘ ସମୟ ଧରି ଏପରି ପରିସ୍ଥିତି ଲାଗି ରହିଥିଲା । ଏମାର ମଠରୁ ସିଂହଦ୍ୱାର ପର୍ଯ୍ୟନ୍ତ ବଡଦାଣ୍ଡରେ ନଳାପାଣିର ସୁଅ ଛୁଟିଲା । ଫଳରେ ପର୍ଯ୍ୟଟକ ଓ ସେବାୟତ ଏହି ନଳାପାଣିରେ ଚାଲି ଚାଲି ଯାଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଶେଷରେ ପୌରସଂସ୍ଥା ପକ୍ଷରୁ ନଳା ସଫା ହୋଇଥିଲା ଏବଂ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ପୁରୀ ସହରରେ ନାଳ ପାଇଁ ବହୁ ଅର୍ଥ ବରାଦରେ କାମ ହୋଇଛି । କିନ୍ତୁ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ସଫେଇ ଅଭାବରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହୋଇଛି । ନବକଳେବରରେ ଡ୍ରେନର କାମ ହୋଇଥିଲେ ସୁଦ୍ଧା ପୁଣିଥରେ ଡ୍ରେନେଜ ସମସ୍ୟା ସୃଷ୍ଟି ହେବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।