ପ୍ରବଳ ବର୍ଷାରେ ବେହାଲ ଅର୍କକ୍ଷେତ୍ର ! ଆଣ୍ଠୁଏ ପାଣିରେ ବୁଡିଲା କୋଣାର୍କ ମନ୍ଦିର, ବର୍ଷା ଜଳ ନିଷ୍କାସନ ପାଇଁ ଲାଗିଲା ଦେଢଘଂଟା

28

କନକ ବ୍ୟୁରୋ : ପ୍ରବଳ ବର୍ଷାରେ ବେହାଲ ଅର୍କକ୍ଷେତ୍ର । ଆଣ୍ଠୁଏ ପାଣିରେ ବୁଡିରହିଥିଲା କୋଣାର୍କ ମନ୍ଦିର । ଅର୍କକ୍ଷେତ୍ର କୋଣାର୍କ ସବୁବେଳେ ଦେଶର ପର୍ଯ୍ୟଟନ ମାନଚିତ୍ରରେ ପ୍ରମୁଖ ସ୍ଥାନ ହାସଲ କରିଛି । କିନ୍ତୁ ଅସରାଏ ବର୍ଷା ହେଲେ କୋଣାର୍କର କି ସ୍ଥିତି ହୁଏ ତାହା ଆପଣ ନିଜେ ଦେଖିନିଅନ୍ତୁ । ଲଘୁଚାପ ବର୍ଷାରେ ଗତ ଦୁଇଦିନ ହେଲା ଉପକୂଳବର୍ତ୍ତି ଅଂଚଳରେ ବର୍ଷା ଜାରି ରହିଛି । ଗତକାଲି କୋଣାର୍କରେ ବି ପ୍ରବଳ ବର୍ଷା ହୋଇଥିଲା ।

ଆଉ ବର୍ଷାରେ କୋଣାର୍କ ମନ୍ଦିର ପରିସର ପାଣି ଆଉ ପାଣି ହୋଇଯାଇଥିଲା । ପ୍ରାୟ ଏକଘଂଟା ଯାଏଁ ମନ୍ଦିର ପରିସରରେ ଏଭଳି ପରିସ୍ଥିତି ଦେଖାଦେଇଥିଲା । ଫଳରେ ପର୍ଯ୍ୟଟକମାନେ ହଇରାଣ ହୋଇଥିଲେ । ପରେ ପରିସ୍ଥିତି ସାମାନ୍ୟ ହୋଇଥିଲେ ବି ଅଳ୍ପ ବର୍ଷାରେ କିଭଳି ଏହି ଐତିହ କ୍ଷେତ୍ର ଜଳାର୍ଣ୍ଣବ ହେଉଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି । ପାଣିରେ ଫସି ରହିଥିଲେ ପର୍ଯ୍ୟଟକ ।