‘ତାରକ ମେହତା କା ଉଲଟା ଚଷମା’ ର ଲୋକପ୍ରିୟ ଚରିତ୍ର ଡକ୍ଟର ହାଥୀଙ୍କ ପରଲୋକ : ପ୍ରଶଂସକଙ୍କୁ ଲାଗିଲା ଝଟକା

53

‘ତାରକ ମେହତା କା ଉଲଟା ଚଷମା’ ର ସୁପରହିଟ ଚରିତ୍ର ଡାକ୍ତର ହଂସରାଜ ହାଥି ଅର୍ଥାତ କବି କୁମାର ଆଜାଦ ଆଉ ଏ ଦୁନିଆରେ ନାହାଁନ୍ତି । କମେଡି ଶୋ’ ‘ତାରକ ମେହତା କା ଉଲଟା ଚଷମା’ ଚଷମାର ଏହି ଅଭିନେତା ଗୋକୁଲଧାମ ସୋସାଇଟିର ଜଣେ ସଦସ୍ୟ । ଯାହାଙ୍କୁ ସମସ୍ତେ ଭଲ ପାଉଥିଲେ । ତାଙ୍କୁ ଦର୍ଶକଙ୍କ ସହିତ ପୂରା ସୋସାଇଟି ଭଲ ପାଉଥିଲେ । ସେ ଡାକ୍ତର ହାଥି ଚରିତ୍ରରେ ନଜର ଆସୁଥିଲେ ଓ ସେ ସବୁବେଳେ ଖାଇବାକୁ ପସନ୍ଦ କରୁଥିଲେ । ଏହା ସହିତ ସେ ଶୋ’ରେ ଓଭରୱେଟ ଡାକ୍ତର ଥିଲେ । ତେବେ ହାର୍ଟ ଆଟାକରୁ ତାଙ୍କର ମୃତ୍ୟୁ ହୋଇଛି ଏବଂ ସେହି ସମୟରେ ସେ ଘରେ ଥିଲେ ବୋଲି ସୂଚନା ମିଳିଛି ।

ଖବର ଅନୁସାରେ, ଆଜି ସକାଳ ସମୟରେ କବି କୁମାର ପ୍ରଡ୍ୟୁସରଙ୍କୁ ଫୋନ କରି କହିଥିଲେ ଯେ ତାଙ୍କ ଶରୀର ଅସୁସ୍ଥ ଅଛି ଏବଂ ସେ ସେଟ୍ କୁ ଯାଇପାରିବେ ନାହିଁ । କିନ୍ତୁ ମାତ୍ର କିଛି ସମୟ ପରେ ଖବର ଆସିଲା ଯେ ସେ ଆଉ ନାହାଁନ୍ତି । ଶୋ’ରେ ଜଡ଼ିତ କିଛି ବ୍ୟକ୍ତିଙ୍କ କହିବା ଅନୁସାରେ ଶରୀର ଅସୁସ୍ଥ ଥିବା ସତ୍ୱେ ସେ ସୁଟିଂ ପାଇଁ ଆସୁଥିଲେ, କାରଣ ସେ ଶୋ’କୁ ଖୁବ ଭଲ ପାଉଥିଲେ । ଏହି ଶୋ’ ତାହାର ୧୦ ବର୍ଷ ପୂରଣ କରିବାକୁ ଯାଉଛି ତେଣୁ ଏହାକୁ ନେଇ ଆଜି ଏକ ମିଟିଂ ମଧ୍ୟ ଥିଲା । କିନ୍ତୁ ତାହା ପୂର୍ବରୁ ସମସ୍ତଙ୍କ ପାଇଁ ଏହି ଖରାପ ଖବର ଆସିଲା ।

କବି କୁମାର ବଲିଉଡରେ ମଧ୍ୟ ନଜର ଆସିଥିଲେ । ସେ ୨୦୦୦ରେ ରିଲିଜ ହୋଇଥିବା ଫିଲ୍ମ ମେଲାରେ ଅମୀର ଖାନଙ୍କ ସହିତ ନଜର ଆସିଥିଲେ । ନିଶ୍ଚିତ ଭାବରେ ତାଙ୍କ ନାମରୁ ଜଣାପଡ଼ୁଛି ଯେ କବି ବାସ୍ତବ ଜୀବନରେ ଜଣେ କବି ଥିଲେ । ଅଭିନୟରେ ପ୍ରବେଶ ପୂର୍ବରୁ ସେ କବିତା ଲେଖୁଥିଲେ । କେବଳ ସେତିକି ନୁହେଁ ଦର୍ଶକଙ୍କ ମଧ୍ୟରେ ଛୋଟ ପିଲାଙ୍କର ସେ ଖୁବ ପ୍ରିୟ ଥିଲେ ।