ବିଜେଡିରେ ମୟୁରଭଂଜ ଚେହେରା ! ପଂଚାୟତ ଝଟକା ପରେ ନବୀନ ଖେଳିଲେ ନୂଆ କାର୍ଡ

38

କନକ ବ୍ୟୁରୋ: ମୟୁରଭଞ୍ଜ ରାଜନୀତିରେ ନୂଆ ସମୀକରଣ । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି ଜିଲ୍ଲାର ଜଣେ ଟାଣୁଆ ଜେଏମଏମ ନେତା ଦେବାଶିଷ ମାରାଣ୍ଡି । କୁହାଯାଉଛି, ମୟୁରଭଞ୍ଜରେ ବିଜେଡିର ଚେହେରା ହେବେ ଏହି ଯୁବନେତା । ନାଲକୋରୁ ଡାକ୍ତରୀ ଛାଡି ଦେବାଶିଷ ବିଜେଡି ରାଜନୀତିରେ ଯୋଗ ଦେଇଛନ୍ତି ।

ପଂଚାୟତ ନିର୍ବାଚନରେ ଜିଲ୍ଲାରେ ବଡ ଧରଣର ଝଟକା ଖାଇବା ପରେ ନବୀନ ନୂଆ ଚେହେରା ସନ୍ଧାନରେ ଥିଲେ । ମୟୁରଭଂଜରୁ ସାଂସଦ ଥିବା ରାମଚନ୍ଦ୍ର ହାଂସଦା ନବଦିଗନ୍ତ ଚିଟପଣ୍ଡ ମାମଲାରେ ଛନ୍ଦି ହୋଇ ଏବେ ଜେଲରେ ଅଛନ୍ତି । ସେପଟେ ଜେଏମଏମ ଛାଡି ବିଜେଡିରେ ସାମିଲ ହୋଇଥିବା ସୁଦାମ ମାରାଣ୍ଡି ଜିଲ୍ଲାରେ ସେଭଳି କିଛି କରିସ୍ମା ଦେଖାଇପାରିନାହାନ୍ତି । ଏଭଳି ସ୍ଥିତିରେ ଦେବାଶିଷ ମାରାଣ୍ଡିଙ୍କୁ ବିଜେଡିରେ ସାମିଲ କରି ମୟୁରଭଞ୍ଜରେ ଦଳର ଚେହେରା କରିବାକୁ ଚାହୁଁଛନ୍ତି ବିଜେଡି ସୁପ୍ରିମୋ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-