ରାକ୍ଷୀ ପୂର୍ବରୁ ଛିଣ୍ଡିଗଲା ବନ୍ଧନ : ଆୟୁଷ ମାଗୁଛି ଆୟୁଷୀ

33

ଜଣେ ଚାହିଁଥିଲା ବିଶ୍ୱବିଜୟୀ ହେବ । ଆଉ ଜଣଙ୍କୁ ମିଳିଥିଲା ଲମ୍ବା ଆୟୁଷର ଆର୍ଶୀବାଦ । ବିଶ୍ୱଜିତ୍ ଓ ଆୟୁଷୀ । ଜଣେ ବିଶ୍ୱକୁ ଜିତିବା ଆଗରୁ ହାରି ଯାଇଛି ସମୟ ଆଗରେ । ଆଉ ଜଣେ ଆୟୁଷ ସହ ଲଢେଇ କରୁଛି ଏ କୁନି ବୟସରେ । ଡିପିଏସ୍ କିଳିଙ୍ଗର ଏହି ଦୁଇ ପିଲାଙ୍କ ଦୁଇ ବାପାଙ୍କୁ ଛଡାଇ ନେଇଛି ଆଜିର ସକାଳ ।

ମିନି ଟ୍ରକ୍ ଧକାରେ ଚୁରମାର୍ ହୋଇଯାଇଛି କାର୍ । କେବଳ କାର ଭାଙ୍ଗି ଯାଇନି, ବରଂ ନିଃସ୍ୱ ହୋଇ ଯାଇଛି ଦୁଇଟି ପରିବାର । କାରଣ କାର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଦୁଇ ପରିବାରର ଦୁଇ ମୁଖିଆ । ଆଲୋକ ଜେନା ଓ ଜିତେନ୍ଦ୍ର ଦାସ । ନିଆଳି ଥାନା ଅନ୍ତର୍ଗତ ସାଇଁସୋ ଗାଁର ଏହି ଦୁଇ ଅଭିଭାବକ ନିଜ ପୁଅ ଓ ଝିଅଙ୍କୁ ନେଇ ବାହାରିଥିଲେ ସ୍କୁଲ । ଘର ଠାରୁ କିଛି ବାଟ ଆସିଛନ୍ତି ମୃତ୍ୟୁ ଯେମିତି ବାଟ ଓଗାଳିଲା । ଆଉ ସ୍କୁଲରେ ପୁଅ ଝିଅଙ୍କୁ ପହଞ୍ଚାଇବା ପୂର୍ବରୁ ଘଟିଗଲା ଅଘଟଣ ।

ଜିତେନ୍ଦ୍ରଙ୍କ ପୁଅ ବିଶ୍ୱଜିତ । ଡିପିଏସ୍ କଳିଙ୍ଗର ଷ୍ଟାଣ୍ଡାର୍ଡ ୱାନର ଛାତ୍ର ଥିଲା ବିଶ୍ୱଜିତ୍ । ଆସନ୍ତାକାଲି ପୁରିଥାନ୍ତା ୭ ବର୍ଷ । ରାକ୍ଷୀ ପୁଣ୍ଣିମାରେ ଜନ୍ମ ହୋଇଥିବାରୁ ବାପା ମା ଗେହ୍ଲାରେ ଡାକୁଥିଲେ ବନ୍ଧନ । ହେଲେ ସମୟ ଲେଖିଥିଲା ଆଉ କିଛି। ଅଳ୍ପ ବୟସରୁ ସବୁ ବନ୍ଧନକୁ ଛିଣ୍ଡାଇ ସେ ଚାଲିଗଲା ଅଜଣା ରାଇଜକୁ । ଯେଉଁଠୁ ଫେରିବା ସମ୍ଭବ ନୁହେଁ । ସେହିପରି ଆୟୁଷୀ । ମୃତ ଜିତେନ୍ଦ୍ରଙ୍କ ଗେହ୍ଲି। ଯିଏ ଜୀବନ କଣ ଜାଣିବା ପୂର୍ବରୁ ମୃତ୍ୟୁ ସହ ଲଢେଉ କରୁଛି । ଦେଖନ୍ତୁ ସେହି ଅଭାବନୀୟ ଘଟଣା ଯାହା ସମସ୍ତଙ୍କୁ ମର୍ମାହତ କରିଛି ।