ବଢ଼ିଯିବ ଆପଣଙ୍କ ପାଖରେ ଥିବା ପୁରୁଣାରୁ ଅତି ପୁରୁଣା ସ୍ମାଟଫୋନର ବେଗ : ଡାଉନଲୋଡ଼୍ କରିବା ପାଇଁ ପଡ଼ିବ ୪ଟି ସ୍ୱତନ୍ତ୍ର ଆପ୍

53

ଆଜିକାଲି ଲୋକମାନେ ଗୋଟିଏ ବର୍ଷ ମଧ୍ୟରେ ହିଁ ଫୋନ୍ ବଦଳାଇବାର ଦେଖିବା ପାଇଁ ମିଳୁଛି । କାରଣ ଅଳ୍ପ ସମୟ ବ୍ୟକ୍ତଧାନରେ ବଜାରକୁ ନୂଆ ଫୋନ୍ ଆସିବା ସହ କିଛି ଦିନ ବ୍ୟବହାର ପରେ ସ୍ମାଟଫୋନର ବେଗ କମିଯାଉଛି । ଯଦ୍ୱାରା କୌଣସି ବି କାମ ଠିକରେ ହୋଇପାରେ ନାହିଁ । ଆଉ ଏଥିପାଇଁ ଲୋକମାନେ ବାଧ୍ୟ ହୋଇ ନୂଆ ଫୋନ୍ କିଣିବା ପାଇଁ ବାଧ୍ୟ ହେଉଛନ୍ତି । ତେବେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନଙ୍କ ପାଖରେ ଏତେ ସମ୍ବଳ ନଥାଏ ଯେ ସେମାନେ ବାରମ୍ବାର ଫୋନ୍ ବଦଳାଇପାରିବେ । ତେବେ ସ୍ମାଟଫୋନର ବେଗ ବଢ଼ାଇବା ପାଇଁ ୪ଟି ସ୍ୱତନ୍ତ୍ର ଆପ୍ ରହିଛି, ଯାହା ଫୋନର ବେଗ ବଢ଼ାଇଦେବ ।

149-dangerous-android-apps

ତେବେ ଗୁଗଲ ପ୍ଲେଷ୍ଟୋରରେ ୪ଟି ଏପରି ଆପ୍ ଅଛି, ଯାହା ଫୋନର ବେଗ ବଢ଼ାଇବା ପାଇଁ ସାହାଯ୍ୟ କରିବ । ତେବେ ଏଥିପାଇଁ ଆପଙ୍କୁ ଏହି ଆପ୍ ଗୁଡ଼ିକୁ ପ୍ଲେଷ୍ଟୋରରୁ ଡାଉନଲୋଡ଼ କରିବା ପାଇଁ ପଡ଼ିବ । ତେବେ ଆସନ୍ତୁ ଏହି ଆପ ଗୁଡ଼ିକର ନାମ ଓ ଫିଚର ବିଷୟରେ ଆମେ ଆଲୋଚନା କରିବା, ଯାହା ଆପଣଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ।

Clean Master- Space Cleaner & Antivirus

ଏହି ଆପକୁ ୫୦ କୋଟି ୟୁଜର ଡାଉନଲୋଡ଼୍ କରିଛନ୍ତି । ପ୍ଲେଷ୍ଟୋରରେ ଏହି ଆପକୁ ୪ କୋଟିରୁ ମଧ୍ୟ ଅଧିକ ୟୁଜର ରେଟିଂ ଦେଇଛନ୍ତି । ଆପର ଆକାର ଭିନ୍ନ ଭିନ୍ନ ଡିଭାଇସ୍ ପାଇଁ ଭିନ୍ନ । ଏହା ଆଣ୍ଡ୍ରଏଡ଼୍ ଆପ୍ ପାଇଁ ଅଲ୍ ଇନ୍ ଅଲ୍ କ୍ଲିନିଂ ଆପ୍ ଅଟେ । ଆପାର ଇଂଟରନେଟ୍ ବହୁତ ସାଧାରଣ । ଯାହାଦ୍ୱାରା ଏହି ଆପକୁ ବ୍ୟବହାର କରିବା ବହୁତ ସରଳ ହୋଇଥାଏ । ଏହି ଆପର ଉପଯୋଗ କରି ଆପଣ ଫୋନର ଯେକøଣସି ମେମୋରୀ ଡିଲିଟ୍ କରିପାରିବେ । Clean Master- Space Cleaner & Antivirus ଆପକୁ ଆପଣ ଟାକ୍ସ ମ୍ୟାନେଜର ରୂପେ ମଧ୍ୟ ବ୍ୟବହାର କରିପାରିବେ ।

DU Cleaner – Memory cleaner & clean phone cache

DU Cleaner – Memory cleaner & clean phone cache କୁ ୧ କୋଟି ୟୁଜର ଡାଉନଲୋଡ଼୍ କରିଛନ୍ତି । ପ୍ଲେଷ୍ଟୋରରେ ଏହାକୁ ୪.୫ ଷ୍ଟାର ମିଳିଛି । ଏହି ଆପକୁ ୪ ଲକ୍ଷରୁ ଅଧିକ ୟୁଜର ରେଟିଂ ଦେଇଛନ୍ତି । ଆପର ଆକାର ଅଛି ୮.୯ ଏମବି । ଏହି ଆପ୍ ସାହାଯ୍ୟରେ ଆପଣ ଫୋନର ସିପିୟୁର ବେଗ ବଢ଼ାଇପାରିବେ । ଏହି ଆପର ବ୍ୟବହାର ଖୁବ ସହଜ । ଏଥିରେ ଥିବା ସିପିୟୁ କୁଲର ଫିଚର ଆପଣଙ୍କ ଫୋନକୁ ଗରମ ହେବାରୁ ରକ୍ଷା କରିବ । ଏହି ଆପର କେବଳ ଗୋଟିଏ ଟାପରେ ଆପଣଙ୍କ ଫୋନର ସମସ୍ତ ଜଙ୍କ୍ ଡିଲିଟ୍ ହୋଇପାରିବ ।

Power Clean – Antivirus & Phone Cleaner App

ଏହି ଆପକୁ ୧୦ କୋଟି ୟୁଜର ଡାଉନଲୋଡ଼ କରିସାରିଛନ୍ତି ।Power Clean – Antivirus & Phone Cleaner Appକୁ ପ୍ଲେଷ୍ଟୋରେ ୪.୬ ଷ୍ଟାର ମିଳିଛି । ଯାହାକୁ ୨୪ ଲକ୍ଷ ୟୁଜର ରେଟିଂ ଦେଇଛନ୍ତି । ଏହି ଆପର ଆକାର ରହିଛି ୮ ଏମବି । ଆପର ଇଂଟରଫେସ୍ ଯେତିକି ସରଳ ତାହାର ବ୍ୟବହାର ମଧ୍ୟ ସେତିକି ସହଜ । ଏହି ଆପ୍ ସାହାଯ୍ୟରେ ଆପଣ ଜଙ୍କ୍ ଫାଇଲ୍ ଡିଲିଟ୍ କରିପାରିବେ ।

AVG Cleaner – Speed, Battery & Memory Booster

ପ୍ରାୟ ୧ କୋଟି ୟୁଜର ଏହି ଆପକୁ ଡାଉନଲୋଡ଼୍ କରିସାରିଛନ୍ତି । ପ୍ଲେଷ୍ଟୋରରେ ଏହାକୁ ୪,୪ ଷ୍ଟାର ମିଳିଛି । ୧୧ ଲକ୍ଷରୁ ଅଧିକ ଲୋକ ଏହାକୁ ରେଟିଂ ଦେଇଛନ୍ତି । ଏହି ଆପ୍ ମାଧ୍ୟମରେ ଆପଣ ସମସ୍ତ ଜଙ୍କ ଫାଇଲକୁ ଡିଲିଟ୍ କରିପାରିବେ । ଯଦ୍ୱାରା ଫୋନର ବେଗ ବଢ଼ିଯିବ ଆଉ ଆପଣଙ୍କୁ ନୂଆ ସ୍ମାଟଫୋନ କିଣିବା ପାଇଁ ମଧ୍ୟ ପଡ଼ିବ ନାହିଁ ।