ପରକୀୟା ସଂପର୍କକୁ ନେଇ ବାଲେଶ୍ୱରରେ ହତ୍ୟାକାଣ୍ଡ । ଘରୁ ଭିତରୁ ମିଳିଲା ଜଣେ ମହିଳା ଓ ପୁରୁଷଙ୍କ ରକ୍ତାକ୍ତ ମୃତଦେହ

ଥାନାରେ ଆତ୍ମସମର୍ପଣ କଲେ ମହିଳାଙ୍କ ସ୍ୱାମୀ

256

କନକ ବ୍ୟୁରୋ: ପରକୀୟା ପ୍ରୀତିରୁ ବାଲେଶ୍ୱରରେ ଡବଲ ମର୍ଡର । ରାଣୀପାଟଣା ବ୍ୟାଙ୍କ କଲୋନୀରେ ହୋଇଛି ଏହି ଡବଲ ମର୍ଡର । ଜଣେ ମହିଳା ଓ ପୁରୁଷଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଅନୈତିକ ସଂପର୍କକୁ ନେଇ ମହିଳାଙ୍କ ସ୍ୱାମୀ ଏପରି ହତ୍ୟାକାଣ୍ଡ କରିଛନ୍ତି । ହତ୍ୟାକାଣ୍ଡ ପରେ ସ୍ୱାମୀ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ପୁଲିସ ଓ ସାଇଟିଂଫିକ ତଦନ୍ତ ଆରମ୍ଭ କରିଛନ୍ତି ।

ସହନଶୀଳତାର ବି ଗୋଟିଏ ସୀମା ଥାଏ । ଆଉ ଯେତେବେଳେ ସବୁସୀମା ପାର ହୋଇଯାଏ, ସେତେବେଳେ କିଛି ଏପରି ପରିସ୍ଥିତି ସୃଷ୍ଟି ହୁଏ । ଯାହା ଦେଖିବାକୁ ମିଳିଛି ବାଲେଶ୍ୱରର ଏହି ଡବଲ ମର୍ଡର ଘଟଣାରେ । ଏବେ ଆସନ୍ତୁ କାହାଣୀର ଟିକିଏ ଭିତରକୁ ଯିବା । ଏହି କାହାଣୀରେ ରହିଛନ୍ତି ୪ଟି ଚରିତ୍ର । ବାପା ବିଜୟ, ପୁଅ ଅଶୋକ, ମା ରାଧା ଏବଂ ଘରେ ରହୁଥିବା ଆଉ ଜଣେ ବ୍ୟକ୍ତି ଆଲୋକ । ପୁଅର ଏହି ଚାଂଚଲ୍ୟକର ବୟାନକୁ ଶୁଣନ୍ତୁ । ବାପା ବିଜୟ ଓ ପୁଅ ଅଶୋକ ଶୋଉଥିଲେ ଖଟ ଉପରେ । ଆଉ ମା ସହିତ ତଳେ ଶୋଉଥିଲେ ଆଲୋକ । ଆଲୋକ ମୋବାଇଲ ଦୋକାନ କରି ଘର ଛଳାଉଥିଲା କାରଣ ବାପା ରୋଗାଗ୍ରସ୍ତ ଥିଲେ । ଆଉ ପ୍ରାୟ ବର୍ଷେ ହେଲା ନିଜ ସ୍ତ୍ରୀ ସହିତ ପରପୁରୁଷର ଶାରିରୀକ ସମ୍ପର୍କକୁ ନିଜ ଆଖି ଆଗରେ ଦେଖୁଥିଲେ ସ୍ୱାମୀ । ଯେତେବେଳେ ସହିବାର ସବୁ ସୀମାପାର ହୋଇଗଲା ସେତେବେଳେ ଘଟିଲା ଏହି ହୃଦୟ ଥରାଇବା ଭଳି ହତ୍ୟା ଘଟଣା ।

ହତ୍ୟାକାଣ୍ଡ ଘଟିଥିବା ରାତିରେ ଧୀରେ ଧୀରେ ସୁସ୍ଥ ହୋଇଥିବା ବାପା ପୁଅକୁ ଖୁଆଇ ସାରିବା ପରେ ଆଉ ଗୋଟିଏ ରୁମରେ ସୁଆଇଦେଇଥିଲା । ଆଉ ସବୁଦିନ ପାଇଁ ସ୍ତ୍ରୀ ଓ ପରପୁରୁଷକୁ ରାସ୍ତାରୁ ହଟାଇବା ପାଇଁ ରଚିଥିଲା ଷଡଯନ୍ତ୍ର । ଲୁହା ରଡରେ ଆକ୍ରମଣ କରି ଅତି ବିଭତ୍ସ ଭାବେ ଉଭୟଙ୍କୁ ହତ୍ୟା କରିଥିଲା ବିଜୟ । ବନ୍ଦ ରୁମ ଭିତରେ ଥିବା ପୁଅକୁ ବାହାରକୁ ଅଣାଯିବା ପରେ ପୁରା ଘଟଣାର ହୋଇଥିଲା ପର୍ଦ୍ଦାଫାଶ । ତେବେ ଅନୈତିକ ସଂପର୍କକୁ ନେଇ ମୃତ ମହିଳାଙ୍କ ସ୍ୱାମୀ ଏପରି ହତ୍ୟାକାଣ୍ଡ କରିଛନ୍ତି । ହତ୍ୟାକାଣ୍ଡ ପରେ ସ୍ୱାମୀ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ପୁଲିସ ଓ ସାଇଟିଂଫିକ ଟିମ ତଦନ୍ତ ଜାରି ରଖିଛି ।